oom

ତେନ୍ତୁଳିଖୁଣ୍ଟି ଗ୍ରାମରେ ଯୁବ ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ଅଧିନସ୍ଥ ସିରୋଲ, ବଡ ତେନ୍ତୁଳିଖୁଣ୍ଟି, ମାଲିସିରା ସହ ଅନ୍ୟ କେତେକ ପଞ୍ଚାୟତର ଯୁବ ବିଜୁ ଜନତା ଦଳର ସକ୍ରିୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଏକ ବିରାଟ ଯୁବ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସମ୍ପାଦକ ଯୁବ ବିଜୁ ଜନତା ଦଳ ଓଡିଶା ତଥା ସରପଞ୍ଚ ବଙ୍ଗୋମୁଣ୍ଡା ଅଜିତ କୁମାର ଯୋଶୀ, ସମ୍ମାନିତ ଅତିଥି ଭାବେ ବିଜେଡ଼ି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରାଜୁ ଘିଭେଲା, ବରିଷ୍ଠ ବିଜେଡ଼ି ନେତା ଉଦ୍ଧବ ବେହେରା, ସୁଧାଂଶୁ ସିଂଦେଓ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମଂଚାସିନ ଥିଲେ । ସମସ୍ତେ ଯୁବ ସଂଗଠନକୁ ଆଗକୁ ମଜବୁତ କରିବା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧିଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ ଲାଭ କରିବା ପାଇଁ ସଂକଳ୍ପ ନିଆଯାଇଥିଲା । ଏହି ଅବସରରେ କଣ୍ଟାବାଞ୍ଜି ବିଜୁ ଜନତା ଦଳକୁ ଅଧିକ ସୁଦୃଢ କରିବା ପାଇଁ ଯୁବକମାନେ ନିର୍ଭର ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.