oom

ଗୋପବନ୍ଧୁନଗର ତୈଳିକ ବୈଶ୍ୟ ସମାଜର ବନ୍ଧୁମିଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋପବନ୍ଧୁନଗର ସ୍ଥିତ ମାଉସୀମା’ ମନ୍ଦିର ପ୍ରାଙ୍ଗଣରେ ସଭାପତି ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ତୈଳିକ ବୈଶ୍ୟ ସମାଜର ବନ୍ଧୁମିଳନ ତଥା ପୁଷପୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ସଂପାଦକ ପ୍ରଦୀପ ସାହୁ, ଉପଦେଷ୍ଟା ଅଙ୍ଗିରା ସାହୁ, ସହସଂପାଦକ ଶରତ ସାହୁ, ବଲାଙ୍ଗିର ବ୍ଲକ ପୂର୍ବତନ ସଂପାଦକ ନରସିଂହ ସାହୁ, ସଂପାଦକ ନରହରି ସାହୁ, ନେପାଲ ସାହୁ ଏବଂ ସଂପାଦକ ରୁଦ୍ର ସାହୁ ଯୋଗଦାନ କରି ସମାଜର ମଙ୍ଗଳ ପାଇଁ ବିଭିନ୍ନ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସାଂଗଠନିକ ସଂପାଦକ ବିକାଶ ରଂଜନ ସାହୁ ସଭା ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ଆରମ୍ଭରେ ଜିଲ୍ଲା ଯୁବ କମିଟିର ସଭାପତି ଅନୁପ ସାହୁ ପୂଜାର୍ଚ୍ଚନା କରି ସଭାର ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ସମସ୍ତ ବର୍ଗଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ତଥା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗୋପବନ୍ଧୁନଗରର ପ୍ରାୟ ୩୦୦ ଜାତିଭାଇ ଯୋଗଦାନ କରି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିପାଇଁ ଏକ ମହିଳା କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଏଥିରେ ନଗର କମିଟିର ଉପସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ଦୁର୍ଗା ସାହୁ, ଅଙ୍କିତ ସାହୁ, ମହିଳା କମିଟିର ସଂପାଦକ ସ୍ୱିଟି ସାହୁ, ସବିତା ସାହୁ, ଘନଶ୍ୟାମ ସାହୁ, ଆଶିଷ କୁମାର ସାହୁ, ପ୍ରମୋଦ ସାହୁ, ଭଗବାନ ସାହୁ, ଭରତ ଚନ୍ଦ୍ର ସାହୁ, କୃପାସିନ୍ଧୁ ସାହୁ, ନାରାୟଣ ସାହୁ, ସନାତନ ସାହୁ ଏବଂ ଗୋପବନ୍ଧୁନଗରର ତୈଳିକ ଜାତି ଭାଇ ଯୋଗଦାନ କରି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.