om academy

ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୭୨ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ନେତ୍ରଭାନୁ ହାଇସ୍କୁଲର ୧୯୭୨ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଗୁଡ଼ଭେଲା ବ୍ଲକ ବର୍ଲା ନିକଟରେ ଥିବା ଗୋବର୍ଦ୍ଧନ ମଠରେ ଅନୁ‌ଷ୍ଠିତ ହୋଇଯାଇଛି । ପୂର୍ବତନ ସଇଁନ୍ତଲା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତଥା ଜରାସିଂହା ହାଇସ୍କୁଲର ୧୯୭୨ ବ୍ୟାଚ୍‌ର ଛାତ୍ର ଯଜ୍ଞେଶ୍ୱର ବାବୁ ସଭାପତିତ୍ୱ କରିଥିବା ବେଳେ ପୂଜ୍ୟ ଗୁରୁ ଗୋପବନ୍ଧୁ ମିଶ୍ର, ଜଗଦାନନ୍ଦ ଛୁରିଆ, ସନାତନ ଠାକୁରଙ୍କୁ ପୂଜା କରିବା ସହ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଦିବଂଗତ ଗୁରୁଜୀ ଓ ବନ୍ଧୁମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ବନ୍ଧୁମାନେ ପରସ୍ପର ମଧ୍ୟରେ ମତ ଆଦାନ ପ୍ରଦାନ କରିବା ସହ କିଛି ବନ୍ଧୁ ପରିବାର ପରିପୋଷଣରେ ଅସୁବିଧା ଓ ସ୍ୱାସ୍ଥ୍ୟଗତ ଅସୁବିଧାକୁ ଦୂର କରିବା ପାଇଁ ପରସ୍ପର ସହ ଫୋନ ମାଧ୍ୟମରେ ଯୋଗାଯୋଗ ରଖିବାକୁ ଆଲୋଚନା ହୋଇଥିଲା । ଏହି ଉତ୍ସବରେ ଯଜ୍ଞେଶ୍ୱର ବାବୁ ସଭାପତିତ୍ୱ କରି ନିଜର ରାଜନୈତିକ ଜୀବନରେ ହୋଇଥିବା ଘଟଣାବଳୀକୁ ନେଇ ବନ୍ଧୁମାନଙ୍କୁ ଅବଗତ କରିବା ସହ ଆଗାମୀ ଦିନରେ ସମାଜ ସେବା କରିବାରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ । ୧୯୭୦ – ୭୫ ମସିହା ପର୍ଯ୍ୟନ୍ତ ଜରାସିଂହା ହାଇସ୍କୁଲରେ ଦଶମ ଶ୍ରେଣୀ ଉନ୍ନିତ କରିଥିବା ଛାତ୍ରଛାତ୍ରୀମାନେ ସମାଜର ବିଭିନ୍ନ କାମରେ ଲାଗି ପାରିଛନ୍ତି ବୋଲି ଶିକ୍ଷକମାନେ ଗୌରବ ଅନୁଭବ କରିଥିଲେ । ୨୯୭୨ମସିହାରେ ମ୍ୟାଟ୍ରିକ ଶ୍ରେଣୀ ଅଧ୍ୟୟନ କରିଥିବା ଯୁଗଳ କିଶୋର ହରପାଲ, ସୂର୍ଯ୍ୟ ପାଣିଗ୍ରାହୀ, ସୁଧାଂଶୁ ଶେଖର ସାହୁ, କାମ୍ବେଶ୍ୱର ମେହେର, ଚୌଧୁରୀ ସାମଲ, ଝସକେତନ ଗଡ଼ତ୍ୟା, ଅଶୋକ ଥନାପତି, ନିତ୍ୟାନନ୍ଦ ସୁନା, ଯୋଷିଓ ଦୀପ, ଶ୍ରୀପତୀ ପୋଢ଼, ରିଚପାଲ ସାମଲ, କିର୍ତ୍ତି ମେହେର, ଅକ୍ଷୟ ମେହେର, ବସୁଦେବ ଭୋଇ, ଟିକେଶ୍ୱର ସାମଲ, ଭୋଗୀ କୁଅଁର, ଚୁଡ଼ାମଣୀ ପଧାନ, କୃ‌ଷ୍ଣ ବାଗ, ପରିକ୍ଷୀତ ଦଲାଇ, ଭୀଷ୍ମ ଦଲାଇ, କୌବଲ୍ୟ ରଣା, ଚନ୍ଦ୍ର ଶେଖର ଗଡ଼ତ୍ୟା, ମକାରୁ ସିଂଦେଓ, ଯୁଗଲାଲ ଜାଲ, ଓକିଲ ଦୀପ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକମାନଙ୍କ ଆରୋଗ୍ୟ କାମନା କରିଥିଲେ ।

Leave A Reply

Your email address will not be published.