ବିଏଜିବି ୧୯୮୪ ବ୍ୟାଚ୍‌ର ମହା ବନ୍ଧୁ ମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆର୍ଯ୍ୟ ପେଲେସ୍‌ରେ ଗତ ୨ ତାରିଖ ଦିନ ବିଏଜିବି ୧୯୮୪ ବ୍ୟାଚ୍‌ର ଏକ ମହା ବନ୍ଧୁ ମିଳନ କୋଭିଡ୍‌ କଟକଣା ଅନୁପାଳନ ସହ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ବହୁ ସଂଖ୍ୟକ ସେବା ନିବୃତ ବନ୍ଧୁମାନଙ୍କ ସମାଗମ ହୋଇଥିଲା । ପ୍ରତି ବର୍ଷ ଏହି ମିଳନ ଉତ୍ସବ ଆୟୋଜିତ ହେଉଥିବା ବେଳେ ଗତବର୍ଷ ଟିଟିଲାଗଡ଼ ଏବଂ ଚଳିତ ଥର ବଲାଙ୍ଗିରରେ ଅନୁଷ୍ଠିତ ହୋଇଛି । ଆୟୋଜକ କମିଟିର କିଶୋର କୁମାର ପୁରୋହିତ, ମଧୁସୂଦନ ଦାଶ, ପ୍ରଶାନ୍ତ ପଟ୍ଟନାୟକ, ଶୁଭେନ୍ଦୁ ସାହୁ, ପ୍ରଦୀପ ସାଏ, ଭଗବାନ ବଗର୍ତ୍ତି, ବିକାଶ ମହାନ୍ତି ଓ ସତ୍ୟନାରାୟଣ ପଣ୍ଡା ପ୍ରମୁଖ ବନ୍ଧୁମିଳନର ସମସ୍ତ କାର୍ଯ୍ୟ ତୁଳାଇଥିଲେ । ଉତ୍ସବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବରପାଲି, ପଦ୍ମପୁର, ସୋନପୁର, ପାଟଣାଗଡ଼, ଟିଟିଲାଗଡ଼ ତଥା ବଲାଙ୍ଗିରର ବନ୍ଧୁମାନଙ୍କର ସମାବେଶ ହୋଇଥିଲା । ତେବେ ପଦ୍ମପୁରର ବନ୍ଧୁମାନଙ୍କର ପ୍ରସ୍ତାବ ଅନୁସାରେ ଆଗାମୀ ବର୍ଷ ନୃସିଂହନାଥ ଠାରେ ବନ୍ଧୁମିଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସଭା ଶେଷରେ କୁନା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.