oom

ଚନ୍ଦନଭାଟି ବୈଶ୍ୟ ହଟୁଆ ସମାଜର ଦ୍ୱିତୀୟ ବନ୍ଧୁ ମିଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟି ବୈଶ୍ୟ ହଟୁଆ ସମାଜର ଦ୍ୱିତୀୟ ବନ୍ଧୁ ମିଳନ ସ୍ଥାନୀୟ ଚନ୍ଦନଭାଟି ସ୍ଥିତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ଗ୍ରାମ୍ୟ କମିଟି ସଭାପତି ପଂଚାନନ ସା ସଭାପତିତ୍ୱ କରିଥିବା ବେଳେ ବଲାଙ୍ଗିର ଅଂଚଳର ଜାତୀୟ ୧୮ ମୌଜା ସଭାପତି ହରିଶ୍ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସମାଜର ସମ୍ପାଦକ କୈଳାଶ ଚନ୍ଦ୍ର କର୍ତ୍ତୀ, ଉପଦେଷ୍ଟା ଦଶରଥ ସେନାପତି, ନୂଆଖାଉ ବେହେରା, ଅରକ୍ଷିତ ଦଳାଇ, ମୀନ କେତନ ବେହେରା ଓ ଶଙ୍କର ସେନାପତି ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସମାଜର ବିଭିନ୍ନ ସମସ୍ୟା ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ସମାଜର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ମେଧାବୀ ଛାତ୍ରୀ ଭାବେ କସିସ ବେହେରା, ନିବୃତ୍ତି ରାଣୀ ବେହେରା, ବରିଷ୍ଠ ଲୋକ କଳାକାର ବାସୁଦେବ ସା, ମେଡିକାଲ ଅଫିସର ସଂଜୟ କୁମାର ଦଳାଇ, ବ୍ୟାଙ୍କ ଅଧିକାରୀ ରୂପେଶ ଦଳାଇ, ରାଜସ୍ୱ ସହାୟକ ଜୟନ୍ତ ବେହେରା, ବ୍ୟାଙ୍କ ଅଧିକାରୀ ଶୁଭ୍ରାଂଷୁ ଶେଖର ସେନାପତି, ମଳୟ କୁମାର ଦଳାଇ, ସୁଲେଖା ମହାରଣା, ଇଂଜିନିୟର ବିଜୟ କୁମାର ଦଳାଇ, ମିଥୁନ ଖଟୁଆ, ଅରକ୍ଷିତ ଦଳାଇ, ପ୍ରଭାତ ବେହେରା, ପିତାମ୍ବର ଦଳାଇ, ଦେବାନନ୍ଦ ଖଟୁଆ, ଅକ୍ଷୟ ଦଳାଇ, ଜିତୁ କୁମାର ଦଳାଇ ଓ ରାଜୁ ଖଟୁଆ ପ୍ରମୁଖଙ୍କୁ ମାନପତ୍ର ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅରକ୍ଷିତ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.