ପଞ୍ଚାୟତ ସ୍ତରୀୟ ନବବର୍ଷ ଓ ପୌଷ ପୂର୍ଣ୍ଣିମା ଭେଟଘାଟ ଅବସରରେ ବନ୍ଧୁ ମିଳନ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ପଞ୍ଚାୟତ ସ୍ତରରେ ଚଟୁଅନକା ଠାରେ ନବବର୍ଷ ଓ ପୌଷ ପୂର୍ଣିମା ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟବକ୍ତା ଭାବରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବରେ ବ୍ଳକ ଚେୟାରମ୍ୟାନ ଅନୁ ଭୋଇ ଓ ସରପଞ୍ଚ ସସ୍ମିତା ମହାନନ୍ଦ ଯୋଗଦେଇଥିଲେ । ନିଜ ପରିବେଶକୁ ପରିଷ୍କାର, ପରିଛନ୍ନତା ରଖିବା ସହିତ ବୃକ୍ଷ ରୋପଣ କଲେ ଏକ ସୁସ୍ଥ ସୁନ୍ଦର ବାତାବରଣ ସୃଷ୍ଟି ହେବ ବୋଲି ମୁଖ୍ୟବକ୍ତା ଯୁକ୍ତି ବାଢିଥିଲେ । ଆମ ଅଞ୍ଚଳର ପର୍ବପର୍ବାଣି ଧୀରେ ଧୀରେ ଲୋପ ପାଇବାରେ ବସିଛି ଏଣୁ ଏଭଳି କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିହେବ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ । ବେହେରେନ ସିଲେଟ, କୁର୍ଲି ଓ ଚଟୁଅନକା ଗ୍ରାମର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ଭଦ୍ରବ୍ୟକ୍ତି ଥମିର ଛତ୍ରିଆ, ହୀରାଧର ବଏ ଏବଂ କବିରାଜ ପୁଟେଲ ନିଜ ନିଜ ବକ୍ତବ୍ୟ ରଖିଥିବା ବେଳେ ବିଷିକେଶନ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.