oom

ମତ୍ସ୍ୟଜୀବୀଙ୍କ ବିକାଶ ସହ ଆର୍ଜିପଲ୍ଲୀଠାରେ ମତ୍ସ୍ୟ-ଧରା ବନ୍ଦର ପ୍ରତିଷ୍ଠା ହେଉ : ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆର୍ଜିପଲ୍ଲୀଠାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ଆନୁଷ୍ଠାନିକ ଉଦ୍‌ଘାଟନୀରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି- କୃଷକ ସଶକ୍ତିକରଣ ପରିଷଦର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆର୍ଜିପଲ୍ଲୀ ବନ୍ଦରର ବହୁମୁଖୀ ବ୍ୟବସ୍ଥା ସହ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସ୍ୱର୍ଗୀୟ ବିଜୁବାବୁଙ୍କ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ ତାହାକୁ ସାକାର କରିବା ନିମନ୍ତେ ରାଜ୍ୟସରକାର କାର୍ଯ୍ୟକାରୀ କରିବା ଆବଶ୍ୟକ ଅଟେ ବୋଲି କହିଥିଲେ । ଆର୍ଜିପଲ୍ଲୀଠାରେ ମତ୍ସ୍ୟଜୀବୀଙ୍କ ବିକାଶ ସହ ମତ୍ସ୍ୟ-ଧରା ବନ୍ଦର ପ୍ରତିଷ୍ଠା କରାଯିବା ନିମନ୍ତେ ଶ୍ରୀ ପଣ୍ଡା ମଞ୍ଚାସୀନ ହୋଇ ଏହି ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବେହେରା, ସମିତିସଭ୍ୟ ଚୁମକୀ ସେଠୀ, ନାଏବ ସରପଞ୍ଚ ଡବ୍ଲୁ.କର୍ଲମା, ଆର୍ଜିପଲ୍ଲୀ ଉନ୍ନୟନ ସଂଘର ଉପଦେଷ୍ଟା ଏମ୍‌. ଗୁମାଲି, ସଭାପତି ଆର.ଗୋବିନ୍ଦା, ଉପସଭାପତି ଏମ୍. ଦିଲ୍ଲୀପ, କମିଟିର ସମ୍ପାଦକ ତଥା ବିଜୁ ଜନତା ଦଳର ଯୁବନେତା ବି.ଭୀମସେନ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆର୍ଜିପଲ୍ଲୀ ସମୁଦ୍ରକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ବହୁବିଧ ସମସ୍ୟାର ସମାଧାନ କରାଯିବା ସାଂଗକୁ ଆର୍ଜିପଲ୍ଲୀଠାରେ ମତ୍ସ୍ୟ-ଧରା ବନ୍ଦର ନିର୍ମାଣ ଏବଂ ଏହି ଅଞ୍ଚଳକୁ ଗମନା ଗମନର ସୁବିଧା ନିମନ୍ତେ ପକ୍କା ସଡ଼କପଥର ସଂଯୋଗିକରଣ ବ୍ୟବସ୍ଥା, ଆର୍ଜିପଲ୍ଲୀ ସମୁଦ୍ରକୂଳରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ଘରଢିଅ, ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କଠାରେ ଦାବୀ କରିଛନ୍ତି । ମୁଖ୍ୟତଃ ମତ୍ସ୍ୟଜୀବୀଙ୍କ ବହୁବିଧ ସମସ୍ୟାକୁ ଦୂରୀଭୂତ କରିବା ନେଇ ରାଜ୍ୟ ସରକାରଙ୍କଠାରେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.