centurian jitm

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀରେ ପଦ୍ମପୁର ଉପଖଣ୍ଡ ବନ୍ଦ ପାଳନ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳ ସେବା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ ଆଦି ଅଞ୍ଚଳର ସହରରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାର ଅଫିସ ସ୍କୁଲ କଲେଜ ବନ୍ଦ ରହିଥିଲା । ସେହିପରି ପାଇକମାଲ ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଅଞ୍ଚଳର ଲୋକେ ସ୍ୱତଃ ପ୍ରବୃତ ଭାବେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀକୁ ସମର୍ଥନ କରି ଦୋକାନ ବଜାର, ଯାନବାହାନ ଚଳାଚଳକୁ ବନ୍ଦ କରିଥିଲେ । କୋଶଳ ସେନାର ସଭ୍ୟମାନେ ପିକେଟିଙ୍ଗ କରି ବ୍ଲକ, ତହସିଲ, ବ୍ୟାଙ୍କ, ବିଇଓ ସରକାରୀ ଅଫିସ କାର୍ଯ୍ୟାଳୟକୁ ଯାଇ ବନ୍ଦ କରିଥିଲେ । ବନ୍ଦ ପାଳନକୁ ପାଇକମାଲ ବାର ଏସୋସିଏସନ୍‌, ନାଗରିକ କମିଟି, ବଣିକ ସଂଘ, କୃଷକ ସଙ୍ଗଠନ, ଗନ୍ଧମାର୍ଦ୍ଦନ ଯୁବ ପରିଷଦ, ବସ ମାଲିକ ସଂଘ, ଅଟୋ ଚାଳକ ସଂଘ ଆଦି ବିଭିନ୍ନ ସଂଘ ସମର୍ଥନ କରିଥିଲେ । ପାଇକମାଲ ମୁଖ୍ୟଛକରେ କୋଶଳ ସେନା ସଭାପତି ଆକାଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବନ୍ଦ ପାଳନ କରିଥିବା ବେଳେ ମୁଜାଫର ହୁସେନଙ୍କ ସଂଯୋଜନାରେ ହୋଇଥିବା ସଭାରେ ସର୍ବଶ୍ରୀ ରାଜ କିଶୋର ସାହୁ, ବିନୋଦ କାଲିଆ, କ୍ଷେତ୍ରୀ ଲୁହାର, ସୁଶାନ୍ତ ନାଗ, ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ଧୀରେନ ମହାନ୍ତି, ବଲରାମ ସାହୁ, ବିଜେ ରାଓ, ରବି ନାରାୟଣ ସାହୁ, ରାହାସ ବିହାରୀ ସାହୁ, ବିଶ୍ୱନାଥ ରଣା, କୌଲାଶ ଦିଶ୍ରୀ ପ୍ରମୁଖ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦିଗରେ ସହଯୋଗ କରିଥିଲେ । ବନ୍ଦକୁ ଦୃଷ୍ଟିରେ ରଖି ପାଇକମାଲ ପୋଲିସ ବିଭାଗ ପକ୍ଷରୁ ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଅଟକି ରହିଥିବା ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.