ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସର୍ବସମ୍ମତି କ୍ରମେ ବଲାଙ୍ଗିରରେ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବାକୁ ଥିବା ବେଳେ ସହରର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ବସ୍‌ ଚଳାଚଳ ଠପ୍‌ ଥିବା ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁରରେ ହନୁମାନ ଜୟନ୍ତୀକୁ ନେଇ ଘଟିଥିବା ହିଂସାକାଣ୍ଡକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି ।

Leave A Reply

Your email address will not be published.