
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା ତଥା ଅଧ୍ୟାପିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଛତା ବଣ୍ଟନ କରାଯାଇଛି । ଗ୍ରୀଷ୍ମ ପ୍ରବାହରେ ପ୍ରଖର ସୂର୍ଯକିରଣ ତଥା ବର୍ଷାରୁ ରକ୍ଷା ପାଇବାକୁ ଏହି ସମିତି ଛତା ବଣ୍ଟନ କରିଛି । ଏହି ଅବସରରେ ସମିତିର ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପ-ସଭାପତି ସୀତାଂଶୁ ଶେଖର ନାଏକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ସରିତା ସାହୁ, ସାଧୁରାମ ସାହୁ, କବିତା ସାହୁ, ଦୁର୍ଯ୍ୟୋଧନ ନାଏକ, ମନୀଷ ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।