ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବୃକ୍ଷ ଚାରା ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମପଞ୍ଚାୟତ କମାପଲ୍ଲୀ ଗ୍ରାମରେ ଅଗ୍ରଣୀ ସ୍ୱେଚ୍ଚାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବୃକ୍ଷ ଚାରା ଆବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୫୦ ଗୋଟି କାଜୁ, ୩୦ଗୋଟି ନଡ଼ିଆ, ୨୦ ଗୋଟି ପିଜୁଳି, ୨୦ ଗୋଟି ଅଁଳା, ୨୦ ଗୋଟି କରମଙ୍ଗା, ୧୦ ଗୋଟି ଆମ୍ବ,୧୦ ଗୋଟି ସୀତାଫଳ, ୧୦ ଗୋଟି ପଣସ, ୧୦ ଗୋଟି ନରକୋଳି ଏବଂ ୧୦ ଗୋଟି କଦମ୍ବ ପ୍ରଭୃତି ଦୁଇଶହରୁ ଅଧିକ ବିଭିନ୍ନ କିସମର ଫଳ ଗଛ ଚାରା ସ୍ଥାନୀୟ ମହିଳାମାନଙ୍କୁ ଆବଣ୍ଟନ କରାଯଇଥିଲା । କାର୍ଯ୍ୟକ୍ରମରେ ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ସାଗରୀକା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସାହିତ୍ୟିକ ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ପ୍ରଦୀପ ଦାସ, ସନ୍ତୋଷ ଶତପଥୀ, ପୁଷ୍ପା ସାହୁ, ସୁଦେଷ୍ଣା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷ ରୋପଣ ଏବଂ ଚାରା ଆବଣ୍ଟନ କରିଥିଲେ । ବ୍ରହ୍ମଦାୟିନୀ ମହିଳା ସଙ୍ଘ ଏବଂ ଭବାନୀ ମହିଳା ସଙ୍ଘର ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.