oum

ବନମାଲ ଗଣ୍ତାପଡାରେ ଆଣ୍ଠୁଏ ପାଣି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟତ ସମିତି ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ବନମାଲ ଗଣ୍ତାପଡା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି । ଏହି ରାସ୍ତାରେ ପ୍ରାୟ ୧୫୦ ପରିବାର ବସବାସ କରିବା ସହିତ ଯାତାୟାତ କରନ୍ତି । ପଡାକୁ ଯିବାପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ଯାହା ଫଳରେ ଛାତ୍ରଛାତ୍ରୀ ଓ ପଡାବାସୀ ମାନସିକ ଚାପରେ ରହି ଜୀବନ ଯାପନ କରୁଛନ୍ତି । ଏହି ଗଣ୍ତାପଡା ରାସ୍ତାରେ କୃତ୍ରିମ ପାଣି ଜମା ହେବାର କାରଣ ପଡାବାସୀ କହନ୍ତି ଗାଁର ଉଗ୍ରସେନ ସାହୁ ନାମକ ବ୍ୟକ୍ତି ରାସ୍ତାକୁ ଲାଗି ରହିଥିବା ଜମିରେ ଘର ତିଆରି କରୁଛନ୍ତି । ଫଳରେ ଏହି ରାସ୍ତା ଦେଇ ଆସୁଥିବା ପାଣି ନିଷ୍କାସନ ହୋଇନପାରି ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଉଗ୍ରସେନ ସାହୁଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗଣ୍ତାପଡାବାସୀ ବିରୋଧ କଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରିନାହଁ । ବନମାଲ ଗଣ୍ତାପଡାବାସୀ ଏହାର ସମାଧାନ ପାଇଁ ବରଗଡ ଜିଲ୍ଲାପାଳ, ପାଇକମାଲ ଥାନା, ପାଇକମାଲ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ମାତ୍ରା ପୋଲିସ ପ୍ରଶାସନ ସମସ୍ୟାକୁ ସମାଧାନ ପରିବର୍ତ୍ତେ ରାସ୍ତା ଅନ୍ୟପଟରୁ ବାହାର କର, ତହସିଲଦାରଙ୍କ ମଧ୍ୟ ଏହି ସମସ୍ୟା ପ୍ରତି ନଜର ଦେଇ ନଥିବା ଗଣ୍ତାପଡାବାସୀ ଅଭିଯୋଗ କରିଛନ୍ତି । ଉକ୍ତ ବ୍ୟକ୍ତି ପ୍ରଶାସନକୁ ଲାଞ୍ଚ ଦେଇ ଏଭଲି କାରବାର କରି ଆମକୁ ହଇରାଣ କରାଯାଉଛି ବୋଲି ଗଣ୍ତାପଡାବାସୀ କହନ୍ତି । ଏଣୁ ଆଗାମୀ ଦିନରେ ବିଡିଓ, ତହସିଲଦାର, ପୋଲିସ ପ୍ରଶାସନ ଏହି ସମସ୍ୟାର ସମାଧାନ ନକଲେ ବନମାଲ ଗଣ୍ତାପଡାବାସୀ କପୁରଚନ ଛତର, ଯତୀନ୍ଦ୍ର ତାଣ୍ତି, ସତ୍ କୁମ୍ଭାର, ସୁଶୀଲ ମହାନନ୍ଦ, ମକାରୁ କୁମ୍ଭାର, ମହିଧର କୁମ୍ଭାର, କାର୍ତ୍ତିକ କୁମ୍ଭାର, ଶିବ କୁମ୍ଭାର, ଫକିର କୁମ୍ଭାର, ରୋହିତ ବାଗ, ରାଜକୁମାର ବାଗ, ନିଶାମଣି ବାଗ, ଆଦିତ୍ୟ ସୁନା, ପୁସ୍ତକ ଲୁହାର, ଭରତ କୁମ୍ଭାର, ଲୋକନାଥ କୁମ୍ଭାର, ଟଙ୍କଧର କୁମ୍ଭାର, ବିଜୟ ବାଗ, ନାଏକ ସରପଞ୍ଚ ଶାନ୍ତି ଲୁହାର ପ୍ରମୁଖ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.