oom

ମ.ରାମପୁର ବନାଞ୍ଚଳ ତରଫରୁ ସରାବାହେଲି ଓ ସାଙ୍କୁସଠାରେ ୭୩ତମ ବନ ମହୋତ୍ସବ ସପ୍ତାହ ଆୟୋଜିତ

jsmm

କଳାହାଣ୍ଡି, (ପି.କେ. ସାହୁ) : ୭୩ତମ ବନ ମହୋତ୍ସବ ସପ୍ତାହ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳ ଅଧିନସ୍ଥ ପୋଡଗୁଡି ଏଏନ୍‌ଆର୍‌ ପ୍ଲାଣ୍ଟଟେସନ୍‌ ତେଲି ସରାବାହାଲି ଓ ସାଙ୍କୁସ ଏଏନ୍‌ଆର୍‌ ପ୍ଲାଣ୍ଟଟେସନ୍‌ଠାରେ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି । ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ଔଷଧୀୟ ଓ ଫଳ ଚାରା ରୋପଣ କରାଯାଇଛି । ଚଳିତ ବର୍ଷ ବିଶେଷ କରି ଅଁଳା, କରଞ୍ଜ, ଶିଶୋ, କୁଲେର, ଡୁମେର, ପଣସ, ଜାମୁ, ଶିରିଶ, କୁଶୁମ ଇତ୍ୟାଦି ଗଛ ଲଗାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମଟିକୁ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ ବନ ମହୋତ୍ସବର ଉର୍ଦ୍ଧେଶ୍ୟ, ବୃକ୍ଷ୍ୟ ରୋପଣ, ଗଛ ଓ ମଣିଷ, ଜଳବାୟୁ ପରିବର୍ତ୍ତନର କାରଣ ଉପରେ ସଚେତନର ବାର୍ତା ଦେଇଥିଲେ । ବନପାଳ ଲବ ପଣ୍ଡା, ଦୀପକ କୁମାର ସା, ପୂଣ୍ୟ ଯାନୀ, ସାମ୍ବାଦିକ ନବୀନ କିଶୋର ସାହୁ, କ୍ଷୀରୋଦ୍ର ସାହୁ ବନରକ୍ଷୀ ଶଙ୍କର ପ୍ରସାଦ ବାଗ, ବିକାଶ ଅଧିକାରୀ ଅଭୟ ବାଘ, ହେମନ୍ତ ସାହୁ ବନ ସୁରକ୍ଷା ସମିତି ସଭାପତି ମାଧବ ସାହୁ, ୱାର୍ଡ ମେମ୍ବର ରାଜକୁମାର ଦେହୁରିଆ, ସମାଜସେବୀ ଟଙ୍କଧର ସାହୁ, ଏନିମେଟର ରବିନ୍ଦ୍ର ସାହୁ, ଜଙ୍ଗଲ ବିଭାଗ ପାରାଷ୍ଟାଫ ସାଇଚରଣ ନାଏକ, ରଘୁମଣୀ ଦଣ୍ଡିଆ ପ୍ରମୁଖ ଚାରା ରୋପଣ କରିଥିଲେ । ମ.ରାମପୁର ଜଙ୍ଗଲରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମ ଶେଷରେ ବିକାଶ ଅଧିକାରୀ କୁନୁ ଛାତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.