centurian jitm

ଦମକିପାଲିଠାରେ ୭୩ତମ ବନମହୋତ୍ସବ ପାଳିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିଠାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ୱରେ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆମ ଜଙ୍ଗଲ ଯୋଜନା ଫିଲ୍ ଅଫିସର୍ ସିଦ୍ଧେଶ୍ୱର ପଧାନ ପାଟଣାଗଡ ରେଞ୍ଜ ଲରମ୍ଭା ସେକ୍ସସନ ବନରକ୍ଷୀ ସୁନ୍ଦର ରାମ ସାଏ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବୃକ୍ଷର ମହତ୍ୱ ଓ ତାର ସୁରକ୍ଷା ଉପରେ ସଚେତନ କରିଥିଲେ । ପ୍ରତିବର୍ଷ ଶିଶୁମାନେ ବୃକ୍ଷ ରୋପଣ କରି ତାର ଉପଯୁକ୍ତ ଯତ୍ନ ନେଲେ ସମାଜକୁ ସବୁଠୁ ବଡ ସେବା କରି ବୋଲି ପାରିବା ଉଦ୍‌ବୋଧନ ଦେଇଥିଲେ । ଛାତ୍ର ଛାତ୍ରୀମାନେ ବୃକ୍ଷ ହିଁ ଜୀବନ ଉପରେ ବକ୍ତୃତା ଦେଇଥିଲେ । ସମସ୍ତ ଛାତ୍ରଛାତୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଦେବରାଜ ପଧାନ, ଆଶିଷ କୁମାର ପାତ୍ର, ସନ୍ଦୀପ କୁମାର ସାହୁ, ସ୍ନିଗ୍ଧାମୟୀ ଯୋଶୀ, ଉର୍ବଶୀ ରାଜହଂସ, ଅନିମା ପଧାନ, ଅଙ୍ଗନଓ୍ବାଡି କର୍ମୀ ଲକ୍ଷ୍ମୀ ତାଣ୍ଡି, କାଦମ୍ବିନୀ କୁମ୍ଭାର, ଏସ୍‌ଏମ୍‌ସି ସଭ୍ୟ ମୋହନ ନାଏକ ଏବଂ ଲକ୍ଷ୍ମଣ ତାଣ୍ଡି ସହଯୋଗ କରିଥିଲେ । ସହ ଶିକ୍ଷକ ସତ୍ୟ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ପଣସ, ଅଁଳା, କଦମ୍ବ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!