jayashree

ମହିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିରଣମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିବା ବେଳେ ବୃକ୍ଷ ରୋପଣର ଉଦ୍ଦେଶ୍ୟ ପରିକଳ୍ପନା କରିଥିଲେ ଶ୍ରୀମତୀ ପଟ୍ଟନାୟକ । ଇକୋ କ୍ଲବର ସାଧନକର୍ମୀ ଶିକ୍ଷକ ତଥା ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପରିବେଶକୁ ସରକ୍ଷିତ, ସୁନ୍ଦର ଏବଂ ବୃକ୍ଷ ରୋପଣର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଭୂତପୂର୍ବ ପ୍ରଧାନ ଶିକ୍ଷକ ରାମ ଶଙ୍କର ପ୍ରସାଦ ବିଶ୍ୱାଲ ଉକ୍ତ ଉତ୍ସବରେ ଯୋଗଦେଇ ବିଭିନ୍ନ ରାଜ୍ୟରେ କିଭଳି ଭାବରେ ବୃକ୍ଷ ରୋପଣ କରାଯାଉଛି ତାର ବିଷଦ ଚିତ୍ର ଉପସ୍ଥାପନ କରିଥିଲେ । ମହିମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଅନନ୍ତ ପ୍ରଧାନ ଯୋଗଦେଇ ବୃକ୍ଷ ରୋପଣ ନିମନ୍ତେ ସରକାରଙ୍କ କିଭଳି ବିଧି ବ୍ୟବସ୍ଥା ତଥା ଯୋଜନା ବିଷୟରେ ମନ୍ତବ୍ୟ ରଖିଥିଲେ । ସଭା ଶେଷ ହେବା ପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜେଶ କୁମାର ମିଶ୍ର ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ବିନୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.