ପଦ୍ମପୁର ବନ ଦୁର୍ଗା ମନ୍ଦିରରେ ମା’ କୁଷ୍ମାଣ୍ଡାଙ୍କ ଆବିର୍ଭାବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା’ ବନ ଦୁର୍ଗା ମନ୍ଦିର ଠାରେ ରବିବାର ଚୈତ୍ର ଶୁକ୍ଳ ଚତୁର୍ଥୀ ଦିନ ସକାଳ ୭ ଘଣ୍ଟା ସମୟରେ ବନ ଦୁର୍ଗା ମନ୍ଦିର ଠାରେ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମେତ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ, ଘଣ୍ଟ ବାଦ୍ୟ ହୁଳହୁଳିର ଭକ୍ତିଭାବ ଶ୍ରଦ୍ଧା ସହିତ ମାଁ ଦୁର୍ଗାଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ଆବାହନ କରି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଗଣେଶ ଭଗବାନ ଓ ଆଦ୍ୟ ଦେବତା ସୂର୍ଯ୍ୟ ଦେବତାଙ୍କୁ ଷୋଡଶ ଉପଚାରରେ ପୂଜା କରି ମନ୍ଦିରର ଚତୁର୍ପାଶ୍ୱରେ ଅବସ୍ଥାନ କରିଥିବା ସମସ୍ତ ଦେବୀଙ୍କୁ ପୂଜା କରାଯାବା ସହ ନବ ଦୁର୍ଗା ଦେବୀଙ୍କ ପୂଜା ମଧ୍ୟ କରାଯାଇଥିଲା । ମା’ ଦୁର୍ଗା ଆଜି ଚନ୍ଦ୍ରଘଣ୍ଟା ବେଶରେ ଧରାପୃଷ୍ଠରେ ଦର୍ଶନ ଦେଇ ଜଗତ କଲ୍ୟାଣ ଉଦ୍ଧାର ପାଇଁ ଜନସାଧାରଣ ଭକ୍ତ ବତ୍ସଳଙ୍କୁ ଆଶୀର୍ବୀଦ ପ୍ରଦାନ କରିଥିଲେ । ନବରାତ୍ରୀର ଚତୁର୍ଥ ଦିନରେ ଦେବୀ ଦୁର୍ଗାଙ୍କର ଚତୁର୍ଥ ଅବତାର ମା” କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ମା’ କୁଷ୍ମଣ୍ଡଙ୍କୁ ସୃଷ୍ଟିର ସ୍ରଷ୍ଠା ବୋଲି ମାଣିଥାନ୍ତି । ସେ ଅଳ୍ପଶକ୍ତି ଉଷ୍ମତା ଦ୍ୱାରା ବ୍ରହ୍ମାଣ୍ଡ ରଚନା କରିଥିଲେ । ତାଙ୍କୁ “ଆଦିଶକ୍ତି” ଏବଂ “ଆଦି ସ୍ୱରୂପା” ବୋଲି ମଧ୍ୟ କୁହାଯାଏ । ମା’ କୁଷ୍ମାଣ୍ଡାଙ୍କର ଆଠଟି ହାତ ଥିବାରୁ ତାଙ୍କୁ ଅଷ୍ଟଭୁଜା ଦେବୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ୭ ଟି ହାତରେ କମଣ୍ଡଳୁ, ଧନୁ, ବାଣ, କମଳ ଫୁଲ, ଅମୃତ କଳସ, ଚକ୍ର ଏବଂ ଗଦା, ଧାରଣ କରଛନ୍ତି । ଅଷ୍ଟମ ହାତରେ ସିଦ୍ଧି ଏବଂ ନିଧି ପ୍ରଦାନକାରୀ ଜପମାଳା ଅଛି । ମା’ ସିଂହ ବାହାନୀ ଉପରେ ବିରାଜମାନ କରନ୍ତି । ତାଙ୍କର ରୂପ ଅତ୍ୟନ୍ତ ତେଜବୀ, ସେ ସୂର୍ଯ୍ୟ ଲୋକର କେନ୍ଦ୍ରରେ ବାସ କରନ୍ତି, ଯାହା ସୂର୍ଯ୍ୟଙ୍କୁ ଶକ୍ତି ପ୍ରଦାନ କରେ । ପୌରାଣିକ କଥାରେ ଅଛି ଯେତେବେଳେ ଚାରିଆଡେ ଅନ୍ଧକାର ଥିଲା ଏବଂ ସୃଷ୍ଟିର କୌଣସି ଅସ୍ତିତ୍ୱ ନଥିଲା, ସେତେବେଳେ ମା’ କୁଷ୍ମାଣ୍ଡା ନିଜର ମୃଦୁହାସ୍ୟ ଦ୍ୱାରା ବ୍ରହ୍ମାଣ୍ତ ରଚନା କରିଥିଲେ । ମା’ କୁଷ୍ମାଣ୍ଡାଙ୍କ ପୂଜା କରିବା ଦ୍ୱାରା ଭକ୍ତଙ୍କର ରୋଗ- ଶୋକ ନଷ୍ଟ ହୁଏ ଏବଂ ଆୟୁଷ, ଯଶ, ବଳ ଓ ଆରୋଗ୍ୟ ବୃଦ୍ଧି ପାଏ । ମା’ଙ୍କ ପ୍ରିୟ ଭୋଗ ମାଳପୁଆ । ଦ୍ୱିପହରରେ ମା’ଙ୍କ ଅର୍ଣ୍ଣ ଭୋଗ ଲାଗି ହୋଇ, ଭକ୍ତଙ୍କୁ ଭୋଗ ଦିଆଯାଇଥିଲା । ସନ୍ଧ୍ୟା ୭ଘଣ୍ଟାରେ ମିଷ୍ଠାନ୍ନ ଭୋଗ ଅର୍ପଣ କରି ଘ. ୭.୩୦ ମିନିଟ ସମୟରେ ମା’ଙ୍କ ମଙ୍ଗଳ ଆଳତୀ କରାଯିବ । ବନ ଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା (ସୁରୁ), ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦ, ଚଣ୍ଡୀ ପାଠକ ଗିରିଶ ଚନ୍ଦ୍ର ହୋତା,ଅଶୋକ ପଣ୍ଡା,ଦେବେନ୍ଦ୍ର ତ୍ରିପାଠୀ, ପ୍ରବୀଣ ମିଶ୍ର, ଶଙ୍ଖୁଆ ସୌଭାଗ୍ୟ ରଞ୍ଜନ ମହାପାତ୍ର ଓ ବାରିକ ଗୌରାଙ୍ଗ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ବନ ଦୁର୍ଗା ମନ୍ଦିର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଅନିଲ ବେହେରା ସମେତ ପ୍ରତାପ ମିଶ୍ର, ଗଜାନନ ଶର୍ମା, ସୁଶାନ୍ତ ପଧାନ, ଉମେଶ ସାହୁ, ବିଷ୍ଣୁ ଥପା, ଶୁରୁ ଭୋଇ,ଗୋବିନ୍ଦ ବାଗ ପରିଚାଳନା କରି ଆସୁଛନ୍ତି ।

Leave A Reply

Your email address will not be published.