
- ବିସ୍ଥାପିତଙ୍କୁ ମୌଳିକ ଅଧିକାରରୁ ବଂଚିତ କରାନଯାଉ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡେମ୍ ମାଗୁରବେଡା ନିକଟ ପଡିଆରେ ବନଦୁର୍ଗା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଯୁବ ନେତା ଆକାଶ ମିଶ୍ର, ସମ୍ମାନିତ ଅତିଥି ଜତିନ୍ଦ୍ର ପଟେଲ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଶ୍ରୀ ମିଶ୍ର ବନଦୁର୍ଗା ମହୋତ୍ସବ ଏ ଅଂଚଳର କଳା ସଂସ୍କୃତି ତଥା ସମୃଦ୍ଧ ଇତିହାସର ମୁକସାକ୍ଷୀ ମାଁ ବନଦୁର୍ଗାଙ୍କ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଥିବାରୁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ବିସ୍ତାପିତ ପରିବାରଙ୍କ ସ୍ୱରକୁ ଏ ମଂଚରେ ପ୍ରାଧନ୍ୟ ଦେଇ ଆଲୋଚନା ପର୍ଯ୍ୟାଲୋଚନା କରିବାର ସୁଯୋଗ ଦେଇଥିବାରୁ ବିସ୍ଥାପିତ ପରିବାର କିଭଳି ଭାବେମୌଳିକ ସମସ୍ୟାରୁ ବଂଚିତ ହେଉଛନ୍ତି ବର୍ଣ୍ଣନା କରିଥିଲେ । ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ମୌଳିକ ଅଧିକାରକୁ ଗୁରୁତ୍ୱ ଦେବା କଥା କିନ୍ତୁ ବିଡମ୍ବନାର ବିଷୟ ଆଜିର ଦିନରେ ଡୁଙ୍ଗୁରିପାଲି, ବିଜାପାଟି, ଅନ୍ତପାଲି, ଖୁଣ୍ଟପାଲି ଓ କୁଶମେଲ କଲୋନିରେ ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣିର ଘୋର ଅଭାବ ଅଛି । ଶ୍ରୀ ପଟେଲ ନିର୍ଭର ପ୍ରତିଶୃତି ଦେଇଥିଲେ ଲୋଇସିଂହା ବ୍ଲକ ଅଂଚଳରେ ବୁଡି ଅଂଚଳରୁ ଆସି ବସବାସ କରୁଥିବା ପରିବାରଙ୍କୁ ଅଗ୍ରାଧିକାର ଭତ୍ତିରେ ସାମାଜିକ ସୁରକ୍ଷା ତଥା ସେବା ଯୋଗାଇ ଦେବା ପାଇଁ ପ୍ରତିଶୃତିବଦ୍ଧ । ଶ୍ରୀ ପଣ୍ଡା ପ୍ରକଳ୍ପ ନିର୍ମାଣର ଆରମ୍ଭ ରୁ ଆଜି ପର୍ଯ୍ୟନ୍ତ ଲମ୍ବା ଯାତ୍ରାର ପ୍ରତିଟି ଦିଗ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ମାନଅଧିକାର ଉଲଙ୍ଘନର ଅନେକ ଜ୍ୱଳନ୍ତ ଉଦାହରଣ ଦେଇଥିଲେ । ସମୟ ଆସିଛି ସମସ୍ତଙ୍କ ଏକତା ଦ୍ୱାରା ସମାଧାନର ବାଟ ଫିଟାଇବ ଏ ବନଦୁର୍ଗା ମହୋତ୍ସବ । ସଭାପତି ସଂଜୟ କୁମାର ଗଡତ୍ୟା, ସରପଂଚ ହିମାଞ୍ଚଳ ମେହେର, କସ୍ତୁଭ ସାହୁ, ସମିତି ସଭ୍ୟ ଦେବାଶିଷ ଦାଶ, ବିରେନ୍ଦ୍ର ସାହୁ ଓ ମହାଦେବ ବିଶ୍ୱାଲ ପ୍ରମୁଖ ମଂଚାସିନ ଥିଲେ । ବିକାଶ ରଂଜନ ରଥ ସଭା ପରିଙ୍ଖଳଳନା କରିଥିବା ବେଳେ ସଂପାଦକ ଜୟକୃଷ୍ଣ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୈଳାସ ସିଂଦେଓ, ନରେନ୍ଦ୍ର ବିଶି, ଅଜୟ ଗଡତ୍ୟା, ବ୍ୟାସଦେବ ଥନାପତି, ପ୍ରମୋଦ ପଟେଲ, ଭରତ ସାହୁ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାଜିବି ବରଗଡ, ପାୟଲ ଇନ୍ଷ୍ଟିଚ୍ୟୁଟ କଟକ, ମହନି ବଲାଙ୍ଗିର, କେନ୍ଦ୍ରପଡା ଓ ଗୋପାଳ ପଣ୍ଡା ସାଥୀ କଂସ ଦରବାର ପରିଚାଳନା କରିଥିଲେ ।