ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ପଦ୍ମପୁର ସ୍ଥିତ ଗୁରୁକୂଳ ନବପ୍ରଭାତ ଆଶ୍ରମ ନୂଆପାଲିଠାରେ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କଳାକାର ରମେଶ ଗୁର୍ଲା ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଜନକଲାଲ ମେହେର ସମ୍ପାଦକ, ଗୋପାଳ କୃଷ୍ଣ ମିଶ୍ର ଉପ-ସଭାପତି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ବନବିହାରର ମହତ୍ୱ ଉପରେ ଆଲୋକପାତ କରିଥିଲେ । କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପରେ ଶିଶୁ ଭାଇ ଭଉଣୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୩୦୦ ଜଣ ଅଭିଭାବକ ଅଭିଭବିକା ଶିଶୁ ଭାଇ ଭଉଣୀ ଯୋଗଦେଇ ଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

Leave A Reply

Your email address will not be published.