oom

ଧାନଚାଷୀଙ୍କୁ ଘାରିଛି ବରାହ ଚିନ୍ତା, ବନ ବିଭାଗ ନୀରବଦ୍ରଷ୍ଟା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଓ ପଟୁଆପାଲି ଅଞ୍ଚଳରେ ଜଙ୍ଗଲ ଯିବ ଜନ୍ତୁ ତଥା ବରାହଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ପାଚିଲା ଧାନ କେଣ୍ଡାକୁ ଦଳି ଦେଇ ନଷ୍ଟକରି ଦେଥିବା ସୂଚନା ମିଳିଛି । ଚାଷୀଙ୍କ ପାଚିଲା ଧାନ ନଷ୍ଟ ହୋଇଯାଇଛି । ଜଙ୍ଗଲରେ ରହୁଥିବା ବରାହ ଭଳି ଜଙ୍ଗଲୀ ଜନ୍ତୁଙ୍କ ପାଇଁ ବର୍ତ୍ତମାନ ଚିନ୍ତା ଘାରିଛି । ପଟୁଆପ।ଲି ଅଞ୍ଚଳର ଚାଷୀ ଯେତେ ଘଉଡ଼ାଇଲେ ମଧ୍ୟ ମାନୁ ନାହାନ୍ତି ବରାହ ପଲ । ଋଣ କରି ଚାଷ କାର୍ଯ୍ୟ କରିଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଏଅଞ୍ଚଳର ଚାଷୀ । କୁଟାସିଂହ। ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି ସୋନପୁର ଜିଲ୍ଲାର ମ।ଟିଆପାଲି ଓ ବାଲପୁର ଜଙ୍ଗଲ । ଜଙ୍ଗଲ ନିକଟବର୍ତ୍ତୀ କୁଟାସିଂହା, ପଟୁଆପାଲି, ଛାର୍କୋମାଳ ପଞ୍ଚାୟତର ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷ କରି କଣ୍ଟାପାଲି ଗାଁର ଚାଷୀ ବିହାରୀ ସାହୁ, ରଙ୍କ ପଧାନ, ଚିଙ୍ଗୁରୁ ପଧାନ, ସୁନା ପଧାନ, ରାଜେନ୍ଦ୍ର ଭୋଇ, ଚଉଠି ଭୋଇ, ଭୁବନ ନାଇକି ପ୍ରମୁଖ ଚାଷୀ ମାନଙ୍କ ଏକର ଏକର ପାଚିଲା ଧାନ ନଷ୍ଟ ହୋଇଛି ବୋଲି ବନବିଭାଗକୁ ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଚାଷୀଙ୍କ କ୍ଷୟକ୍ଷତି ଅନୁସାରେ କ୍ଷତି ପୂରଣ ଦେବା ପାଇଁ ବନ ବିଭାଗକୁ କ୍ଷତିଗ୍ରସ୍ତ ଜମିର ଆବଶ୍ୟକୀୟ କାଗଜପତ୍ର ପ୍ରତିବର୍ଷ ଦିଅନ୍ତି, ତାହା ପୂଣି କିଏ ପାଏ ତ କିଏ ପାଏ ନାହିଁ । ତାହା ସମୁଦ୍ରକୁ ଶଙ୍ଖେ ଭଳି । ତେଣୁ ବନବିଭାଗ ତରଫରୁ ଚାଷୀ ମାନଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳର ଚାଷୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.