ବାସହୀନଙ୍କ ସହିତ ବଣଭୋଜି କଲେ ବଦାନ୍ୟ ବନ୍ଧୁ ସୁବ୍ରତ କୁମାର ବିର୍ତ୍ତିଆ

ବରଗଡ଼, (ନିରୋଜ କୁମାର ପାଣୀ) : ପବିତ୍ର ମାଘମାସ ପାଇଁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ । ଏହିସବୁ ଭିତରେ ସମାଜରୁ ଅବହେଳିତ ନିଷ୍ପେସିତ ହୋଇ ବସଷ୍ଟେସନ ରେଳଷ୍ଟେସନ ରାତ୍ର ଆଶ୍ରୟସ୍ଥଳୀରେ ଜୀବନ କାଟୁଥିବା ଲୋକଙ୍କ ସହିତ ବଣଭୋଜି କରିଛନ୍ତି ବରଗଡ଼ ଜିଲ୍ଲାର ବଦାନ୍ୟ ବନ୍ଧୁ ଭାବେ ପରିଚିତ ସୁବ୍ରତ କୁମାର ବିର୍ତ୍ତିଆ । ଶ୍ରୀ ବିର୍ତ୍ତିଆ ସୋମବାର ସକାଳୁ ଗୋଟିଏ ବସ ଯୋଗେ ବରଗଡ଼ର ଅନେକ ବେସାହାରା ବରିଷ୍ଠ ନାଗରିକମାନଙ୍କୁ ନେଇ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ହରିଶଙ୍କରକୁ ପହଞ୍ଚିଥିଲେ । ସେଠାରେ ହରିଶଙ୍କରଙ୍କ ଦର୍ଶନ କରିବା ସହିତ ସମସ୍ତଙ୍କ ପାଇଁ ଭୋଜି ଭାତର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ବୟସର ଅପରପକ୍ଷରେ ରାତ୍ର ଆଶ୍ରୟସ୍ଥଳୀକୁ ନିଜ ସ୍ଥାୟୀ ଠିକଣା କରିଥିବା ଅନ୍ତେବାସୀ ମାନେ ନିଜ ପରିଜନଙ୍କୁ ମନେ ପକାଇ ଭାବବିହ୍ୱଳ ହେବା ସହ ସମାଜସେବୀ ଶ୍ରୀ ବିର୍ତ୍ତିଆଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.