ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ.ରାମପୁର ବନ ବିଭାଗ ପକ୍ଷରୁ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମ.ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଅଭିଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ଦାଶ ୭୪ତମ ବନ ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ବୃକ୍ଷ ଜନିତ ସଙ୍କଟ ଉପରେ ଦୃଷ୍ଟିପାତ ପୂର୍ବକ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ରେଞ୍ଜ ଅଧିକାରୀ ଝୁନୁ ବାଳା ଦେଇ, ମ.ରାମପୁର ବନପାଳ ଦୀପକ ସା, ବନପାଳ ରତ୍ନାକର ଧରୁଆ, ବନରକ୍ଷୀ ବାଳକୃଷ୍ଣ ଜାଲ, ରାଜ ଲକ୍ଷ୍ମୀ ପ୍ରଧାନ, ମଧୁସ୍ମିତା ଭୋଇ, ବିକାଶ ଅଧିକାରୀ ସଦାନନ୍ଦ ପ୍ରଧାନଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ । ସଚେତନ ସଭା ପରେ ବିଦ୍ୟା ମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କ ସମେତ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା ।
Prev Post