ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ପାଳିତ

• ଚଳିତ ବର୍ଷ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରାରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରା ରୋପଣ କରାଯାଇ ବନ ମହୋତ୍ସବ ଭାବେ ପ୍ରତିପାଦିତ କରାଯାଇଛି । ଗଞ୍ଜାମ ଜିଲ୍ଲା ପରିଷଦ ପ୍ରକଳ୍ପ-ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବ୍ରହ୍ମପୁର ଏବଂ ଘୁମୁସର ଡିଭିଜନର ଉତ୍ତର ଡିଏଫ୍ଓ ସନ୍ନି ଖୋକର ଓ ସୁଦର୍ଶନ ବେହେରା ଯୋଗଦେଇ ବନ ମହୋତ୍ସବର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ଚଳିତ ବର୍ଷ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରା ରୋପଣ କରାଯିବା ସହ ଭ୍ରାମ୍ୟମାଣ ରଥରେ ଚାରା ବଣ୍ଟାଯିବା ବ୍ୟବସ୍ଥା କରାଯାଇଥିଲା । ପ୍ରତି ଚାରାଗଛ ପିଛା ଲୋକମାନେ ଏକ ଟଙ୍କା ଦେଇ ଭ୍ରାମ୍ୟମାଣ ସେବା ରଥ ନିକଟରୁ କିଣିପାରିବା ଭଳି ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଥିବା ବିଷୟରେ କୁହାଯାଇଛି । ଶୁକ୍ରବାର ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ମନୋଜ କୁମାର ପାତ୍ର, ରଜତ କୁମାର ମିଶ୍ର, ରୁଦ୍ର ପ୍ରସାଦ ରଥଙ୍କ ସମେତ ଛତ୍ରପୁର ବନପାଳ ଗିରୀଶ କୁମାର ପାତ୍ର, ଜି.ପାଣିଗ୍ରାହୀ, ସୋମନାଥ ମଲ୍ଲିକ, ଅବିନାଶ ଚୌଧୁରୀ, ରବି କୁମାର ବେହେରା ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ୍, ଏନ୍‌ଏସିରେ ଗଛ ଲଗାଇବା, ଗଛ ବଞ୍ଚାଇବା, ଜଙ୍ଗଲ ସଂରକ୍ଷଣ ସହ ବନ ସଂକ୍ରାନ୍ତୀୟ ସେବା କରିଥିବା ଖଣ୍ଡଦେଉଳି ପ୍ରଧାନ ଶିକ୍ଷକଙ୍କ ସହ ୧୬ଜଣ ବ୍ୟକ୍ତିଙ୍କୁ ପ୍ରକୃତି ବନ୍ଧୁ ତଥା ପ୍ରକୃତି ମିତ୍ର ପୁରସ୍କାର ଦେଇ ସମ୍ମାନୀତ କରାଯାଇଥିଲା ।

jittmm
Leave A Reply

Your email address will not be published.