ppurohit

ମାହେଶ୍ୱରୀ ସଂଗଠନ ତରଫରୁ ସପ୍ତାହ ବ୍ୟାପୀ ବନମହୋତ୍ସବ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ତରଫରୁ ସପ୍ତାହ ବ୍ୟାପୀ ବନମହୋତ୍ସବ, ସଚେତନତା ଏବଂ ସମ୍ଭାବନାର ପର୍ବ ଗତକାଲି ତୃତୀୟ ଦିନରେ ପହଞ୍ôଚଛି । ତୃତୀୟ ଦିବସରେ ମାହେଶ୍ୱରୀ ମହିଳା ଶାଖାର ସଦସ୍ୟମାନେ ସ୍ୱଧାର ଗୃହକୁ ଯାଇ ସେଠାକାର ଅନ୍ତେବାସୀଙ୍କ ଗହଣରେ ବୃକ୍ଷରୋପଣ ଓ ତାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଆର୍ତ୍ତତ୍ରାଣ ପାଢୀ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଓ କାର୍ଯ୍ୟ କରିବାର ଶୈଳୀ ମାଧ୍ୟରେ ଅନ୍ତେବାସୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହେଶ୍ୱରୀ ମହିଳା ଶାଖାର ସହ ସଂଯୋଜିକା କ୍ରୀତିକା ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ବବିତା ନାଗ, ବୈଶାଳୀ ବହିଦାର, ସ୍ମରଣୀକା ନାଏକ, ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ପଣ୍ଡା, ସୌମ୍ୟ ରଂଜନ ବେହେରା, ଶିବ ପ୍ରସାଦ ମିଶ୍ର, ସଭାପତି ଶୋଭନ କୁମାର ଅଗ୍ରୱାଲ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.