ହଲକାଦାଦରରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିମୁଣ୍ଡା ଗ୍ରାମ୍ୟ ଜଂଗଲ ସଂରକ୍ଷଣ କମିଟି ଓ ବନ ସୁରକ୍ଷା ସମିତି ହଲକାଦାଦର ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବରିମୁଣ୍ଡା ଗ୍ରାମ୍ୟ ଜଂଗଲ ସଂରକ୍ଷଣ କମିଟିର ସଭାପତି ପ୍ରକୃତି ବନ୍ଧୁ ରାମଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ବନ ବିଭାଗ ଫରେଷ୍ଟର କୈଳାଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି, ପ୍ରକୃତିବନ୍ଧୁ ମୀନକେତନ ସାହୁ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବରେ ରାଜବୋଡ଼ାସମ୍ବର ବ୍ଲକ ବିଏଲ୍‌ସି ଯୋଗେଶ୍ୱରୀ ଧରୁଆ, ପ୍ରକୃତି ବନ୍ଧୁ ମହାଦେବ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣ ସଂପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ପ୍ରତ୍ୟେକ ଘରୁ ପୁରୁଷ ମହିଳା ଗଛ ସହିତ ଶୋଭାଯାତ୍ରାରେ ଜଂଗଲ ରାସ୍ତାକୁ ଯାଇ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.