କୁଧେରନପାଲି ସ୍କୁଲରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ୍ ଅନ୍ତର୍ଗତ କୁଧରେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷକ ତଥା ପ୍ରକୃତିବନ୍ଧୁ ସୁବାଷ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମିତି ସଭ୍ୟା ଶିବାନୀ ଲୁହାର ମୁଖ୍ୟ ଅତିଥି ଭାବରେ ଏବଂ ୱାର୍ଡ ମେମ୍ବର ସୁରେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବୃକ୍ଷ ରୋପଣର ଉପକାରିତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । ଶିକ୍ଷୟିତ୍ରୀ ପଦ୍ମିନୀ ଗଡତିଆ ଜଳବାୟୁ ପରିବର୍ତ୍ତନ ଓ ନିରାକରଣ ବିଷୟରେ ମତ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ବୃକ୍ଷ ରୋପଣ କରାଯାଇଛି । ଶିକ୍ଷକ ରୋହିତ ଡନ୍‌ସନା ବନୀକରଣ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପରିଶେଷରେ ଶିକ୍ଷକ ରୋଷନ କୁମାର ବନିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.