
ପୁଇଁତଲା, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ କୃଷ୍ଣଚୁଡା ଇକୋ କ୍ଲବ ତରଫରୁ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଅତିଥି ପରିଚୟ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୋ’ ସ୍କୁଲ ଅଭିଯାନର ସଭାପତି ମୋହନ ପଧାନ, ସଭ୍ୟ କ୍ଷୀରୋଦ୍ର ପଧାନ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସହ ବେଲ, ନିମ୍ବ, ରାଧାଚୂଡ଼ା, କରଞ୍ଜ, ଅଁଳା ଇତ୍ୟାଦି ଗଛ ଲଗାଇଥିଲେ । ଅଜିତ କୁମାର ଗୁରୁ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ । ପରିଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।