ବଲାଙ୍ଗିର, (କେପିଏନ୍ଏସ୍) : ବୃକ୍ଷ ହିଁ ଜୀବନ । ବୃକ୍ଷ ହିଁ ପରିବେଶର ସନ୍ତୁଳନ ରକ୍ଷା କରେ । ବୃକ୍ଷ ଦ୍ୱାରା ହିଁ ବର୍ତ୍ତମାନର ଧାରଣୀୟ ବିକାଶର ପ୍ରକ୍ରିୟା ସମ୍ଭବ ହୋଇପାରିଛି । ଏହି ବୃକ୍ଷର ରୋପଣ ଓ ସୁରକ୍ଷା ଆଭିମୁଖ୍ୟ ନେଇ ପ୍ରତିବର୍ଷ ଭାରତରେ ୧ ଜୁଲାଇରୁ ୭ ଜୁଲାଇ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳିତ ହେଉଛି । ସେଞ୍ଚୁରିଅନ ବିଦ୍ୟାଳୟର କତ୍ତୃପକ୍ଷ ମଧ୍ୟ ଏହି ଆଭିମୁଖ୍ୟ ନେଇ ବନ ମହୋତ୍ସବ ପାଳନ କରିଛନ୍ତି । ଏହି କ୍ରମରେ ବିଭିନ୍ନ ପ୍ରତିଯୋଗିତା ଯେପରି ରଙ୍ଗୋଲି ଅଙ୍କନ, ପୋଷ୍ଟର ପ୍ରସ୍ତୁତି, କୁଇଜ ଆଦିର ବ୍ୟବସ୍ଥା କରାଯାଇଥିଲା । ଏହା ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବନ ମହୋତ୍ସବ ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଯାହା ଏକାଦଶ (କଳା) ଶ୍ରେଣୀର ଛାତ୍ର ପ୍ରଭୁଦତ୍ତ ଶର୍ମା ଓ ଛାତ୍ରୀ ମୋକ୍ଷଦା ମିଶ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ପ୍ରତିଯୋଗିତାଗୁଡିକରେ ବିଦ୍ୟାଳୟର ଷଷ୍ଠରୁ ଏକାଦଶ ଶ୍ରେଣୀର ୮୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଉଚ୍ଚ କୋଟୀର ପ୍ରତିଭା ପ୍ରଦର୍ଶନ କରିଥିଲେ । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ ମଧ୍ୟ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ, ସି.ଏଚ୍.ଏସ୍.ଇ ଯୁକ୍ତ ଦୁଇ ବିଜ୍ଞାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟାଙ୍କର ସଫଳ ପରିଚାଳନାରେ କାର୍ଯ୍ୟକ୍ରମଟି ସଫଳ ହୋଇପାରଥିଲା । ବିଦ୍ୟାଳୟର ବିଭିନ୍ନ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିର ଉଦ୍ଦେଶ୍ୟ ଥିଲା ବର୍ତ୍ତମାନର ଡାକରା “ଝଇଠଋ ୠଙଜଋଝଞ ଝଇଠଋ ଖଓୠଋ” କୁ ସଫଳ ରୂପ ଦେବା । ଅନୁଷ୍ଠାନର ଏହି ପ୍ରୟାସକୁ ସହରର ସବୁ ମହଲରେ ସ୍ଵାଗତ କରାଯାଇଛି ଏବଂ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।