
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳିତ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ମୁଖ୍ୟ ଅତିଥି, ବନପାଳ ସରୋଜ ସାହୁ ଓ ସମାଜସେବୀ ନିରୋଜ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ବନଛୋରଙ୍କ ସଭାପତିତ୍ୱରେ ସମସ୍ତ ଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ତା’ପରେ ଅତିଥିମାନେ ଛାତ୍ରମାନଙ୍କୁ ପୃଥିବୀ ପ୍ରତି ମାଡ଼ି ଆସୁଥିବା ବିପଦ ଓ ବୃକ୍ଷରୋପଣ ଦ୍ଵାରା ସମ୍ଭବ ପ୍ରତିକାର ବିଷୟରେ ବର୍ଣ୍ଣନା କରିଥିଲେ । ତାପରେ ଛାତ୍ର କିଭଳି ଭାବରେ ବୃକ୍ଷ ରୋପଣ କରି ନିଜ ନିଜର ସାମାଜିକ ଦାୟିତ୍ଵ ନିର୍ବାହ କରିବା ସହ ଦେଶର ମଙ୍ଗଳ କରି ପାରିବେ ସେ ଆହ୍ୱାନ ଦେଇଥିଲେ । ଏହା ପରେ ସମସ୍ତେ ମିଶି ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଭାସିନୀ ସା, ତୃପ୍ତିମୟୀ ଝମରା, ରୁଦ୍ରାଙ୍ଗଦ ବାରିକ, ପ୍ରୀତିରଶ୍ମି ସେଠ, ମଧୁମିତା ବର୍ଗେ, ହରେକୃଷ୍ଣ ମେହେର, ସୁନୀତା ଖମାରୀ, ଅଭିଳାଷ ସାହୁ, ଦୀପକ ତିୱାରୀ ଓ ବିଦ୍ୟାଳୟର କର୍ମଚାରୀ କୃଷ୍ଣଚନ୍ଦ୍ର ପ୍ରଧାନ ଓ ନିରୁପମା ଭୋଇ ଅଂଶଗ୍ରହଣ କରିଥିଲେ ।