ବନ ବିଭାଗର ୩ଟି ସ୍ଥାନରେ ଚଢ : ଗୋଟିଏ ପିକ୍‌ ଅପ୍‌ ଭ୍ୟାନ ସହ ମୋଟର ସାଇକେଲ ଏବଂ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ସହ ଅର୍ଦ୍ଧନିର୍ମିତ ଫର୍ଣ୍ଣିଚର ଜବତ, ୫ଜଣ କୋର୍ଟ ଚାଲାଣ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ କଂଟାବାଂଜି ସହରର ୩ଟି ସ୍ଥାନରେ ଶନିବାର ସକାଳୁ ବନ ବିଭାଗ ଚଢଉ କରିଛି । ଏହି ଚଢଉରେ ଲକ୍ଷାଧିକ ଟଙ୍କାର ଶାଗୁଆନ ଅର୍ଦ୍ଧନିର୍ମିତ ଫର୍ଣ୍ଣିଚର ଏବଂ ପଟା ସହ ୭୦ ହଜାରରୁ ଅଧିକ ଟଙ୍କାର ଫର୍ଣ୍ଣିଚର ୟୁନିଟର ସାମାନ ଜବତ କରାଯାଇଛି । ଚଢଉ ପରେ ଜବତ ହୋଇଥିବା ଶାଗୁଆନ ଫର୍ଣ୍ଣିଚର ଏବଂ ଜିନିଷ ପତ୍ରର ଆକଳନ କରି ଫରେଷ୍ଟ ରେଂଜ ଅଫିସ ପରିସରରେ ଏକ ଖବରଦାତା ସମ୍ମିଳନୀରେ ସମସ୍ତ ତଥ୍ୟ ଦିଆଯାଇଛି । ଦେଇଥିବା ସୂଚନା ଅନୁସାରେ କାଦୋବସା ଠାରେ ଥିବା ବେଆଇନ ଫର୍ଣ୍ଣିଚର ୟୁନିଟ ଉପରେ ଚଢଉ ବେଳେ ଫର୍ଣ୍ଣିଚର ୟୁନିଟର ସମସ୍ତ ସରଞ୍ଜାମ, ମେସିନ, କଟର ଯାହାର ଆନୁମାନିକ ମୂଲ୍ୟ ସତୁରୀ ହଜାର ହୋଇଥିବା ବେଳେ ଗୋଟିଏ ପିକ୍‌ ଅଫ ଭ୍ୟାନ ସହ ଏକ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି ।

ଏପରିକି କରତ କଳର ମାଲିକ ଟୁକୁନା ମହାନ୍ତି, ତରୁଣ ମହାନ୍ତି ଓ ୟୁନିଟର କାମ କରୁଥିବା ମିସ୍ତ୍ରୀ ଭୀସ୍ମ ମହତ ଓରଫ ରାଜୁ ପନିକା, ଶିବାଜି ନଗରରେ ଥିବା ଫର୍ଣ୍ଣିଚର ୟୁନିଟରେ କାମ କରୁଥିବା ସୁଦାମ ନିଆଲ, ବୈଷ୍ଣବ କେତକୀକୁ ଗିରଫ କରାଯାଇଥିିବା ବେଳେ ଗୋପବନ୍ଧୁ ନଗରରେ ଥିବା ଦଶରୁ ମହାନନ୍ଦଙ୍କ ଘରୁ ମଧ୍ୟ ଫର୍ଣ୍ଣିଚର ଜବତ କରାଯାଇଛି । ହେଲେ ମାଲିକ ଫେରାର୍‌ ଥିବା ବନ ବିଭାଗ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି ।

ଏହି ଚଢଉରେ ବଲାଙ୍ଗିର ଫରେଷ୍ଟ ଡିଭିଜନର ମୋବାଇଲ ରେଂଜ ଷ୍ଟାଫ୍‌ ସହ କଂଟାବାଂଜି ମୋବାଇଲ ଓ ପରେଷ୍ଟ ରେଂଜ ଷ୍ଟାଫ୍‌ ମଧ୍ୟରେ ଏସିଏଫ ବାବାଜି ରାଉଲ, କଂଟାବାଂଜି ରେଂଜର ଶ୍ରଦ୍ଧାଦେବ ବଡମାଲି, ଫରେଷ୍ଟର ବିନୋଦ ବିହାରି ଧରୁଆ, ଘନଶ୍ୟାମ ପଶାୟତ, ସୁନିଲ କୁମାର ମିଶ୍ର, ବ୍ୟାସଦେବ ସାହୁ, ରଂଜିତ କୁମ୍ଭାର, ଅଶୋକ କୁମାର ସେଠ, ଗାର୍ଡ ଚନ୍ଦ୍ରକାନ୍ତି ସୁନା ସହ ପାରା ଫରେଷ୍ଟ ଗାର୍ଡ ମାନେ ସାମିଲ ଥିଲେ । ଏହି ଚଢଉରେ ଜବତ ହୋଇଥିବା ସମସ୍ତ ଶାଗୁଆନ ପଟା, ଅର୍ଦ୍ଧନିର୍ମିତ ଶାଗୁଆନ କବାଟ, ଫର୍ଣ୍ଣିଚର ସିଏଫ୍‌ଟି ସୂଚନା ଦେଇ ନଥିବା ବେଳେ କେସ ମଧ୍ୟ ଦର୍ଜ କରାଯାଇ ନାହିଁ । ଅନୁସଂଧାନ ଶେଷ ହେଲା ପରେ ମାମଲା ରୁଜୁ ହେବ ବୋଲି ଖବରଦାତା ସମ୍ମିଳନୀରେ ଏସିଏଫ୍‌ ରାଉଳ ସୂଚନା ଦେବା ସହ ଜବତ ଶାଗୁଆନ ଫଣ୍ଣିଚର ଏବଂ କରତ ମିଲର ସାମାନ ବଲାଙ୍ଗିର ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.