
ବଲାଙ୍ଗିର, (କେପିଏନ୍ଏସ୍) : ଏକ ବେଆଇନ୍ ଫର୍ଣ୍ଣିଚର ତିଆରି ଦୋକାନ୍ ଉପରେ ବଲାଙ୍ଗିର ବନବିଭାଗ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟସ୍ଥ ହର୍ଡାଟାଲ ଗ୍ରା.ପ. ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ଚାଲିଥିଲା ବେଆଇନ୍ ଫର୍ଣ୍ଣିଚର ଦୋକାନ । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫ୍ଓ ନିତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ଆକସ୍ମିକ ଭାବେ ଚଢାଉ କରି ଜବତ କରିଥିଲା ବିପୁଳ ପରିମାଣର କାଠ ଓ ପଟା । ତେବେ ଏହି ଚଢାଉରେ ୩୦ ସେଫ୍ଟି ଶାଗୁଆନ୍ ଓ ଶାଳକାଠ ଜବତ ହୋଇଥିବା ଜଣାପଡିଛି । ତେବେ ଆହୁରି ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।