ଜିଲ୍ଲା ବ୍ରାହ୍ମଣ ସମାଜର ବାମନ ଜନ୍ମ ଓ ନୁଆଁଖାଇ ଭେଟ୍‌ଘାଟ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତ୍ରିବାର ଓଁକାର ଉଚ୍ଚାରଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଗଲା । ଜିଲ୍ଲା ବ୍ରାହ୍ମଣ ମହାସଭାର ସଦସ୍ୟ ଥିବା ୨ ଜଣ ବିଶିଷ୍ଠ ବ୍ୟକ୍ତି ବନମାଲୀ ହୋତା ଓ ଜଗବନ୍ଧୁ ଖମାରୀ ଶର୍ମାଙ୍କ ଦେହାନ୍ତ ହୋଇ ଯାଇଥିବାରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତା’ ପରେ ସର୍ବ ସମ୍ମତି କ୍ରମେ ନିମ୍ନ ଲିଖିତ ପ୍ରସ୍ତାବ ଗୁଡିକ ଗ୍ରହଣ କରାଗଲା । ଆସନ୍ତା ୧୫ ତାରିଖ ଦିନ ବାମନ ଜୟନ୍ତୀ ଓ ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହେବ । ସମସ୍ତ ସଭ୍ୟ/ ସଭ୍ୟ ଅନ୍ୟୁନ ୨୦୦/- ସହଯୋଗ ରାଶି ପ୍ରଦାନ କରି ନିଜ ନିଜ ଏକା ବା ସପରିବାର ଯୋଗଦାନ କରିପାରିବେ । ଭଗବାନ ପ୍ରଭୁଦତ୍ତ ଶତପଥି କର୍ତ୍ତା ଓ ସନ୍ତୋଷ ଶତପଥି ଆଚାର୍ଯ୍ୟ କାର୍ଯ୍ୟ ସମ୍ପାଦନ କରିବେ । ଭଗବାନ ବାମନଙ୍କର ପୂଜନ ପରେ ନୂଆଁଖାଇ ଭେଟ୍‌ଘାଟ ଆରମ୍ଭ କରାଯିବ । ସଙ୍କୀତ୍ତଁନ ତ୍ରିପାଠୀ ଓ ଶ୍ୟାମ ସୁନ୍ଦର ଦାସଙ୍କୁ ଯଥାକ୍ରମେ ପର୍ଶୁରାମ ବାହିନୀ ମୁଖ୍ୟ ଓ କାର୍ଯ୍ୟକାରୀ ସମିତି ସଭ୍ୟ ଭାବରେ ନୂତନ ଭାବରେ ଦାୟିତ୍ୱ ଅର୍ପଣ କରାଗଲା । ଉକ୍ତ ସଭାରେ ସମ୍ପାଦକ ଜୟରାମ ମିଶ୍ର ତଥା ପର୍ଶୁରାମ ନାୟକ, ଲୋକନାଥ ନେପାକ, ଶ୍ୟାମ ସୁନ୍ଦର ଦାଶ, ଜଗନ୍ନାଥ ଷଡଙ୍ଗୀ, ଶିବ ଶଙ୍କର ଖୁଆସ, ପୁରୁଷୋତ୍ତମ ପଣ୍ଡା, ସଂକୀର୍ତ୍ତନ ତ୍ରିପାଠି, ପ୍ରଭାକର ମିଶ୍ର, ଦାମୋଦର ଓତା, ନରେନ୍ଦ୍ର ଆଚାର୍ଯ୍ୟ, ଶିବ ରଥ, ସିଦ୍ଧେଶ୍ୱର ପାଣିଗ୍ରାହୀ, ସନ୍ତୋଷ କୁମାର ପାଣିଗ୍ରାହୀ, ପଣ୍ଡିତ ସନ୍ତୋଷ କୁମାର ଶତପଥି, ଗୋକୁଳାନନ୍ଦ ମିଶ୍ର, ଗୋପାଳ କୃଷ୍ଣ ମିଶ୍ର, ଶଙ୍କର୍ଷଣ ମିଶ୍ର ଆଦି ବିଶିଷ୍ଟ ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ । ସଭା ଶେଷରେ ସମ୍ପାଦକ ଜୟରାମ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.