ପୁରୀ : ଅଶାନ୍ତ ଶ୍ରୀକ୍ଷେତ୍ର । ପୁରୀରେ ପୁଣି ବୋମାମାଡ଼ । ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗା ଘର ଉପରେ ବୋମାମାଡ଼ ହୋଇଛି । ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଶୁକ୍ରବାର ପୁରୀ ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗା ଘର ଉପରେ ବୋମାମାଡ଼ ହୋଇଛି । ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି । ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମା ମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ତଦନ୍ତ ପରେ କିଏ ଓ କାହିଁକି ବୋମାମାଡ଼ କଲା ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ବୋମାମାଡ଼ ହୋଇଥିବା ଜାଗା ଘରେ ଟାଉନ କଂଗ୍ରେସ କର୍ଯ୍ୟାଳୟ ଚାଲିଥିବା ଜଣାପଡ଼ିଛି ।
