oom

ଜରାସିଂହାରେ ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗିର ଚାଇଲ୍ଡ ଲାଇନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗ୍ରାମରେ ବଲାଙ୍ଗିର ୟୁଥ୍‌ ଫର୍‌ ଚିଲ୍‌ଡ୍ରେନ ତରଫରୁ ଏକ ବାଲ୍ୟ ବିବାହ ବନ୍ଦ କରାଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗ୍ରାମରେ ଏକ ନାବାଳିକାକୁ ବିବାହ କରିଦିଆଯାଉଥିବା ବେଳେ ବଲାଙ୍ଗିର ଚାଇଲ୍ଡ ଲାଇନ ଘଟଣାସ୍ଥଳରେ ପହଂଚି ବେଆଇନ ବାହାଘରକୁ ରୋକିଥିଲା ଏବଂ ସରକାରଙ୍କ ଦ୍ୱାରା ଘୋଷିତ ବିବାହ ବୟସ ପୂର୍ବରୁ ଝିଅକୁ ବାହା ନ କରିବା ପାଇଁ ପିତାମାତାଙ୍କୁ ରାଜି କରାଇଥିଲା । ଏଥିରେ ଚାଇଲ୍ଡ ଲାଇନର ଶ୍ରୀମନ୍ତ ଥନାପତି, ନିଳାମ୍ବର ମହାନ୍ତି, ସିଡିପିଓ ସୁକାନ୍ତି ବେହେରା, ସୁପର ଭାଇଜର ନଳିନୀ ବେହେରା, ମହିଳା ପୋଲିସ କର୍ମଚାରୀ ରେବତୀ ଭାଟିଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିବା ନେଇ ଚାଇଲ୍ଡ ଲାଇନର ଟିମ୍‌ ଲିଡର ତ୍ରିଲୋଚନ ନାଗଙ୍କ ଠାରୁ ସୂଚନା ମଳିଛି ।

jittmm
Leave A Reply

Your email address will not be published.