ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଫିଫା ବିଶ୍ୱକପ୍ର ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି । ବିଶ୍ୱକପ୍ରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର ମୁଦ୍ରାକୁ ମଧ୍ୟ ସେ ଏହି କଳାରେ ସ୍ଥାନିତ କରିଛନ୍ତି । ୮ଫୁଟର ଏହି ବିଶ୍ୱକପ ଟ୍ରଫି ବାଲୁକା କଳାରେ ସେ ଭାରତୀୟ ମୁଦ୍ରା ସମେତ ୩୨ଟି ଦେଶର ୧୩୫୦ଟି ମୁଦ୍ରା ସ୍ଥାନିତ କରିଛନ୍ତି । ପୁରୀ ବେଳାଭୂମିରେ ଏହି କଳା ମାଧ୍ୟମରେ ‘ଗୁଡ୍ ଲକ୍’ ଲେଖି ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱର ଜଣାଶୁଣା ବାଲୁକା ଶିଳ୍ପୀ ଭାବେ ପରିଚିତ ଶ୍ରୀ ପଟ୍ଟନାୟକ ବାଲୁକା କଳାରେ କିଛି ନୂଆ କରି ଦେଖାଇବାର ପ୍ରୟାସ ଜାରି ରଖିଛନ୍ତି । ୮ ଫୁଟ୍ର ବାଲୁକା ଟ୍ରଫି ପ୍ରସ୍ତୁତି ପାଇଁ ସେ ୫ ଟନ୍ ବାଲି ବ୍ୟବହାର କରିଛନ୍ତି । ଟ୍ରଫି ସହ ଏକ ଫୁଟ୍ବଲ ପ୍ରସ୍ତୁତ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି, କାତାରରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ ପରିପ୍ରେକ୍ଷୀରେ ସେ ଏହି କଳା ପ୍ରଦର୍ଶନ ସହ ବିଭିନ୍ନ ଦେଶକୁ ବାଲୁକା କଳା ପ୍ରଦର୍ଶନ ପାଇଁ ଗସ୍ତ ସମୟରେ ସଂଗ୍ରହ କରିଥିବା ମୁଦ୍ରାଗୁଡ଼ିକୁ ଏହି କଳାରେ ସ୍ଥାନିତ କରିଛନ୍ତି ।