ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ହୀରକ ଜୟନ୍ତୀ ସମାରୋହ । ଏହି ଉତ୍ସବ ପାଳନ ଅବସରରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ପୁରୀ ବେଳାଭୂମିରେ ତିଆରି କରିଛନ୍ତି ଏକ ବାଲୁକା କଳା । ଏହି ବାଲୁକା କଳାରେ ଶ୍ରୀକୃଷ୍ଣ ଓ କଂସଙ୍କ ପ୍ରତିମୂର୍ତ୍ତି ରହିଛି । ମୋଟ ୩୦ ଫୁଟ ଉଚ୍ଚ ଓ ଆଠ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫୦ ଟନ ବାଲି ବିନିଯୋଗ ହୋଇଛି ।