ମାଣ୍ଡୋସିଲ କ୍ରିକେଟ କପ୍ : ବାଲିପଟାକୁ ହରାଇ ମାଣ୍ଡୋସିଲ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଖେଳପଡିଆ ଠାରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ଘରୋଇ ମାଣ୍ଡୋସିଲ ଦଳ ଚମ୍ପିୟାନ ହୋଇଛି । ଏମ୍‌ସିସି ମାଣ୍ଡୋସିଲ ଓ ବାଲିପଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାଲିପଟା ଟସ୍ ଜିଣି ପ୍ରଥମେ ମାଣ୍ଡୋସିଲକୁ ବ୍ୟାଟିଂ କରିବା ପାଇଁ ନିମନ୍ତ୍ରଣ କରିଥିଲା । ମାଣ୍ଡୋସିଲ ନିର୍ଦ୍ଧାରିତ ୮ ଓଭରରେ ୫ ୱିକେଟ୍ ବିନିମୟରେ ୧୫୦ ରନ୍ ସଂଗ୍ରହ କରିଥିଲେ । ମାଣ୍ଡୋସିଲ ଦଳ ତରଫରୁ ନିର୍ମଳ ନାୟକ ଧୁଆଁଧାର ୬୯ (୧୯) ସେଥିରେ ୧୧ ଛକା ସାମିଲ ଥିଲା । ଏହାର ଜବାବରେ ବାଲିପଟା ଦଳ ୮ ଓଭରରେ ୮୩ ରନ୍‌ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଆଜି ପ୍ରଥମ ସେମିଫାଇନାଲରେ ମାଣ୍ଡୋସିଲ ଦଳ ଝିଟକିକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ବାଲିପଟା ଦଳ ପାଇକମାଲ କଲୋନୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା । ଫାଇନାଲର ଉଦ୍‌ଯାପନୀ ସନ୍ଧ୍ୟା ଅବସରରେ ମାଣ୍ଡୋସିଲ ସରପଞ୍ଚ ଓମ୍ ପ୍ରକାଶ ନାୟକ, ସମିତ ସଭ୍ୟ ଗୁଲାମ ରସୁଳ ରଙ୍ଗରେଜ, ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆ, ଶିକ୍ଷକ ଉଗ୍ରସେନ ପ୍ରଧାନ, ଋଷିଦେବ ରଣା ଓ ରାଜୀବ ସାହୁ ଯୋଗଦେଇ ବିଜେତା ଟ୍ରଫି, ଉପବିଜେତା ଟ୍ରଫି ସହିତ ମେନ୍ ଅଫ୍ ଦି ଫାଇନାଲ, ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ସର୍ବଶ୍ରେଷ୍ଠ ବୋଲର ଓ ସିରିଜର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ଆଜି ଫାଇନାଲ ମ୍ୟାଚ୍‌କୁ ଅମ୍ପାୟାର ବିଭୁ ରାମଲାନ ଓ ଦେବସିଂହ ଭୋରାସାଗର ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ବିଜୁ ସିଂ ପରିଚାଳନା କରୁଥିଲେ । ଖେଳ ସଫଳତାର ସହିତ ସମାପନ ହୋଇଥିବାରୁ ଏମ୍‌ସିସିର ସମ୍ପାଦକ ଅନିଲ ଦାସ୍ ସମସ୍ତ କମିଟି ସଦସ୍ୟ ଗ୍ରାମବାସୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.