oom

ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୋକ୍‌ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୋକ୍‌ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ଆଇନ ସେବା ଅଧିକାରୀଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଫାମିଲି କୋର୍ଟ ଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଚ୍‌ଆର୍‌ପିସି ଡିଏସ୍‌ପି ତାରାବତୀ ପଧାନ ଓ ଡିଏସ୍‌ପି ସମର୍ଥ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲାର ବରିଷ୍ଠ ନ୍ୟାୟାଧୀଶ ତଥା ସେକ୍ରେଟାରୀ ଡିଏଲ୍‌ଏସ୍‌ଏ ପବିତ୍ରାନନ୍ଦ ପଧାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଲ ସଭା ସଂଯୋଜନା କରିଥିଲେ ଏବଂ ଶିକ୍ଷୟତ୍ରୀ ଅରୁନ୍ଧତୀ ବଢେ଼ଇ ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ତଥା ଡିଏଲ୍‌ଏସ୍‌ଏର କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

jittmm
Leave A Reply

Your email address will not be published.