ppurohit

ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ପାଳିତ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇସାରିଛି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାଳମ୍ବ ପଟେଲ ଓ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ କର କମଳରେ ବିଦ୍ୟାଳୟ ବଗିଚାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ନିରାଳମ୍ବ ପଟେଲ, ମାନସ ରଞ୍ଜନ ଶତପଥୀ ତଥା ସଭାପତି ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ବନ ମହୋତ୍ସବର ଉଦ୍ଧେଶ୍ୟ ଓ ଆବଶ୍ୟକତା ବିଷୟରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟର ପୂଜାରାଣୀ ନାୟକ, ରବୀନା ପଧାନ, ସଂଯୁକ୍ତା ଭୋଇ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ଅମନ୍ କୁମାର ପଣ୍ଡା, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, ପ୍ରଭାସିନୀ ସାହୁ ଉକ୍ତ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.