ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ‘ଫର୍ଟିଚିଉଡ଼ ୦୨

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତା ସହିତ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମନର ସଂଶୟ ବଢ଼ି ବଢ଼ି ଚାଲିଛି । ଏହାକୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଫର୍ଟିଚିଉଡ଼ର ଦ୍ଵିତୀୟ ପର୍ଯ୍ୟାୟ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଦଶମଶ୍ରେଣୀର ଛାତ୍ରୀ ମାନଙ୍କ ଘରକୁ ଘର ଯାଇ ପିଲା ଓ ତାଙ୍କ ପିତା ମାତାଙ୍କର ଶଙ୍କା ନିବାରଣ କରୁଛନ୍ତି । ପ୍ରତି ପରୀକ୍ଷାର ପୂର୍ବ ଦିନ ବିଷୟ ଶିକ୍ଷକ ତଥା ଶିକ୍ଷୟିତ୍ରୀ ପିଲା ମାନଙ୍କ ଘରକୁ ଯାଇ ପିଲାଙ୍କର ସନ୍ଦେହ ମୋଚନ କରିବେ । କାଲି ଓଡ଼ିଆ ଥିବାରୁ ଓଡ଼ିଆ ଶିକ୍ଷୟତ୍ରୀ ରବିନା ପଧାନ ଓ ଖୁସବୁ ବରିହା ପିଲାଙ୍କ ଘରକୁ ଯାଇ ସେମାନଙ୍କର ଭୟ ଦୂର କରିବା ସହିତ ବିଷୟାଗତ ସନ୍ଦେହ ମୋଚନ କରିଥିଲେ । ଛାତ୍ରୀ ମାନଙ୍କ ପିତାମାତା ତଥା ଅଭିଭାବକ ମାନଙ୍କ ତରଫରୁ ବିଦ୍ୟାଳୟର ଏହି ଅଭିନଵ ପ୍ରୟାସକୁ ସ୍ୱାଗତ କରାଯାଇଅଛି । ଓ ଏହା ସମାଜରେ ସରକାରୀ ବିଦ୍ୟାଳୟ ପ୍ରତି ସକାରାତ୍ମକ ଭାବନା ବଢ଼ାଉଛି ବୋଲି ମତ ପ୍ରକାଶ ପାଉଛି । ଏହି କାର୍ଯ୍ୟକ୍ରମ ପରୀକ୍ଷାର ଶେଷ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.