oum

ବାଲାଟ ପେପର ନେଇ ପଳାଇଲେ ଏଜେଣ୍ଟ, ମତଦାନ ବନ୍ଦ

jsm

ଭଦ୍ରକ : କଟସାହି ୧ ନମ୍ବର ୱାର୍ଡରେ ଏଜେଣ୍ଟ ବାଲାଟ ପେପର ନେଇ ଚାଲିଯିବାରୁ ଭୋଟିଂ ବନ୍ଦ ରହିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୩୬ ଜଣ ଭୋଟ ଦେବା ପରେ ଜଣେ ଏଜେଣ୍ଟ ସରପଞ୍ଚ ବାଲାଟ ନେଇ ଦୌଡ଼ି ପଳାଇଥିଲେ । ପରେ ପୋଲିସ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ଯାଇ ଏଜେଣ୍ଟଙ୍କୁ ଧରି ଥାନାକୁ ନେଇଥିବା ଜଣାପଡିଛି । ବୁଥ ନିକଟରେ ଉତ୍ତେଜନା ଦେଖାଦେବା ସହ ଭୋଟ ବନ୍ଦ ରହିଛି । ଏଜେଣ୍ଟଙ୍କ ମାଡ଼ରେ ଜଣେ ବୃଦ୍ଧ ଆହତ ହୋଇଥିବା ଅଭିଯୋଗ ହୋଇଛି । ଭୋଟିଂ ବନ୍ଦ ସହ ପୋଲିଂ ଷ୍ଟେସନରୁ ପୋଲିଂ ଟିମ୍‌ ଚାଲି ଆସିଥିବା ବେଳେ ଖବର ପାଇ ଭଦ୍ରକ ଏସ୍‌ପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ କଟସାହି ପଂଚାୟତ ୧ ନମ୍ବର ବୁଥରେ ଭୋଟ ବାତିଲ କରାଯାଇଛି । ସାନି ନିର୍ଦ୍ଦେଶନାମା ପରେ ଭୋଟ ହେବ ବୋଲି ଅତିରିକ୍ତ ପିଡ଼ି କୁଶଳ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.