oum

ଚୋରକୁ ଧରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ଥାନା ପୁଲିସ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମ୍ବଲପୁର ରୋଡ଼ ସ୍ଥିତ ପଟେଲ ନର୍ସିଂହୋମ୍‌ ନିକଟ ଏକ ଗ୍ୟାରେଜ୍‌ରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଚୋରି ହୋଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ କିଛି ଦିନ ତଳେ ଅଭିଯୋଗ କରିଥିଲେ ଦୋକାନ ମାଲିକ । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତନାଘନା ତଦନ୍ତ କରି ଏହି ଚୋରି ଘଟଣାରେ ସଂପୃକ୍ତ ରାମେଶ୍ୱରନଗରର ଧୁମକୁଡ଼ୁ ଓରଫ ପ୍ରକାଶ ଦଣ୍ଡସେନା (୪୨)କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ପ୍ରକାଶ ପୂର୍ବରୁ ମଧ୍ୟ ବିଭିନ୍ନ ଚୋରି ଘଟଣାରେ ସଂପୃକ୍ତ ଥିବା ବେଳେ ଆଜି ତାକୁ ପୋଲିସ ଗିରଫ କରିବା ସହ ତା ନିକଟରୁ ବିଭିନ୍ନ ପ୍ରକାର ଚୋରି ସାମାଗ୍ରୀ ଜବତ କରିଥିବା ସୂଚନାରେ କୁହାଯାଇଛି । ଅନ୍ୟପଟେ ଗିରଫ ଅଭିଯୁକ୍ତ ପ୍ରକାଶକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.