ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆଜି ପଞ୍ଚମ ଦିନରେ ଚାଲିଛି ଆଇଟି ରେଡ଼୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆଜି ପଞ୍ଚମ ଦିନରେ ଚାଲିଛି ଆଇଟି ରେଡ଼୍‌। ଏଠାରୁ ଜବତ ହୋଇଥିବା ୧୭୬ଟି ଟଙ୍କା ବ୍ୟାଗ୍‌ ମଧ୍ୟରୁ ୧୦୬ଟି ବ୍ୟାଗ୍‌ର ଟଙ୍କା ଗଣାଯାଇଥିବା ବେଳେ ସେଥିରୁ ୧୪୬ କୋଟି ଟଙ୍କା ବାହାରିଛି । ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖାରେ ଚାଲିଛି ତନାଘନା ଟଙ୍କା ଗଣତି । ମଦଭାଟି ମ୍ୟାନେଜରଙ୍କ ସାମ୍ନାରେ ପ୍ରାୟ ୫୦ ଜଣ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣୁଥିବା ବେଳେ ପ୍ରାୟ ୨୫ଟି ଛୋଟ ବଡ଼ ଟଙ୍କା ଗଣା ମେସିନ୍‌ ଏଥିରେ ଲଗାଯାଇଛି । ଆଉ ବାକି ୭୦ଟି ବ୍ୟାଗରେ ଟଙ୍କା ଭର୍ତ୍ତି ହୋଇଛି । ଆଜି ରାତି ସୁଦ୍ଧା ଟଙ୍କା ଗଣତି ସମାପ୍ତ ହୋଇପାରେ ବୋଲି କୁହାଯାଉଛି । ଏବେ ରାଜନୀତିକ ଦଳମାନଙ୍କ ମଧ୍ୟରେ କାଦୁଅ ଫୋପଡା ଆରମ୍ଭ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସେ ଯାହା ହେଉ, ଗୋଟିଏ ଦେଶୀ ମଦଭାଟିରେ ଏଭଳି ପାହାଡ ପ୍ରମାଣ ଟଙ୍କା ମହଜୁଦ ରହିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.