ରାଜେନ୍ଦ୍ର ୟୁନିଭର୍‌ସିଟି ସମ୍ମୁଖସ୍ଥ ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନା ଷ୍ଟଲ୍‌ ଉପରେ ଲାଗିଲା ବୁଲ୍‌ଡୋଜର୍‌, ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ଅଂଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ୟୁନିଭର୍‌ସିଟି ସମ୍ମୁଖସ୍ଥ ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରେ ରହିଥିବା ଷ୍ଟଲ୍‌ ଗୁଡ଼ିକ ଉପରେ ଆଜି ଅପରାହ୍ନରେ ଲାଗିଛି ଜିଲ୍ଲା ପ୍ରଶାସନର ବୁଲ୍‌ଡୋଜର୍‌ । ଏବେ ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ଅଂଟା ଭିଡ଼ଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏଇ ନିକଟରେ ସଂପୃକ୍ତ ଅଂଚଳରେ ଡିମାର୍‌କେସନ୍‌ କରାଯାଇ ଚିହ୍ନ ଦିଆଯାଇଥିଲା । ଆଜି ପ୍ରଶାସନ ପକ୍ଷରୁ ବୁଲ୍‌ଡୋଜର୍‌ ନେଇ ବଲାଙ୍ଗିର ତହସିଲ୍‌ଦାର ତଥା ମାଜିଷ୍ଟ୍ରେଟ୍‌ ଡ. ପୁଷ୍ପାଂଜଳି ପଣ୍ଡାଙ୍କ ଉପସ୍ଥିତିରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ସରକାରୀ ଜାଗାରେ ରହିଥିବା ଷ୍ଟଲ୍‌ ଭଂଗା ଯାଇଛି । ତେବେ ଏ ସଂପର୍କରେ ବଲାଙ୍ଗିର ତହସିଲ୍‌ଦାର୍‌ ଡ. ପଣ୍ଡା କହିଛନ୍ତି ଯେ, ଜବର୍‌ଦଖଲ୍‌ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ । ଯେଉଁ ସ୍ଥାନରେ ସରକାରଙ୍କ କୌଣସି ଉନ୍ନତିକରଣ ପ୍ରୋଜେକ୍ଟ ଆରମ୍ଭ ହେବ ସେସବୁ ସ୍ଥାନରୁ ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯିବ । ଏହି କ୍ରମରେ ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରେ ସରକାରୀ ଜାଗାରେ ରହିଥିବା ଷ୍ଟଲ୍‌ଗୁଡ଼ିକ ଭଂଗା ଯାଉଛି । ତେବେ ପ୍ଲଟ୍‌ ନଂ.୯୦୮, ମୌଜା ବଲାଙ୍ଗିର ବ୍ଲକ୍‌ ତଥା ଖାତା ନଂ୨୭୭ରୁ ଆଜି ଜବର୍‌ଦଖଲ୍‌ ଉଚ୍ଛେଦ ହୋଇଥିବା ସେ କହିଛନ୍ତି ।

Leave A Reply

Your email address will not be published.

error: Content is protected !!