ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତ୍ରଦାଣ୍ଡି ଜଙ୍ଗଲରୁ ବଲାଙ୍ଗିର ପୁଲିସକୁ ମିଳିଛି ବିପୁଳ ପରିମାଣରେ ମାଓ ସାମାଗ୍ରୀ । ଆଉ ଏହି ଘଟଣାକୁ ନେଇ ଖୋଦ୍ ବଲାଙ୍ଗିର ଗସ୍ତରେ ଆସି ଆଇଜି ହିମାଂଶୁ ଲାଲ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସୂଚନା ଦେଇଛନ୍ତି । ବଲାଙ୍ଗିର ରିଜର୍ଭ ପୋଲିସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଜି ହିମାଂଶୁ ଲାଲଙ୍କ ସୂଚନା ଅନୁସାରେ, ତୁରେକେଲା ଥାନା ଅନ୍ତର୍ଗତ ଛତ୍ରଦାଣ୍ଡି ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ରଖାଯାଉଥିବା ନେଇ ବଲାଙ୍ଗିର ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମଳିଥିଲା । ଆଉ ଖବର ମିଳୁ ମିଳୁ ତୁରନ୍ନ୍ତ ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ତୁରେକେଲା ଓଆଇସି ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଡିଭିଏଫ୍ ଯବାନଙ୍କ ପକ୍ଷରୁ ସେହି ସ୍ଥାନରେ ଚଢାଉ କରାଯାଥିଇଲା । ଚଢାଉରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିଲା ବୋଲି ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଂଚଳରେ ମାଓ ସଂଖ୍ୟା କମ୍ ତଥାବି ବି ଆମ ଯବାନ ମାନେ ଅପରେସନ୍ ମାଓ ଦମନ ଚଲାଇଛନ୍ତି । ଅତି ଶୀଘ୍ର ସଫଳ ହେବୁ ବୋଲି କହିଛନ୍ତି । ତେବେ ଆସନ୍ତୁ ଏହି ଘଟଣାକୁ ନେଇ କ’ଣ କହୁଛନ୍ତି ଆଇଜି ହିମାଂଶୁ ଲାଲ ଓ ବଲାଙ୍ଗିର ଏସ୍ପି ଶୁଣିବା ।
Prev Post
Next Post