କୁହୁଳୁଛି ମାଳଗୋଦାମପଡା : ସୁରକ୍ଷା ନ ଦେଲେ ପୁଣି ଗଡିବ ମୁଣ୍ଡ, ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାର୍ବଣରେ ସାରା ବଲାଙ୍ଗିର ଉତ୍ସବ ମୁଖର ହୋଇଥିବା ବେଳେ ମାଲଗୋଦାମପଡାରେ ପୁଣି ଗୋଷ୍ଠୀ ଗଣ୍ଡଗୋଳ ଦେଖାଯାଇଛି । ସୋମବାର ରାତିରେ ଦୁଇ ପରିବାର ଭିତରେ ହେଇଥିବା ଗୋଷ୍ଠୀ ଗଣ୍ଡଗୋଳରେ ଜଣେ ଯୁବକ ମୃତ ଓ ଆଉ ୨ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ପୋଲିସ ଘଟଣାର ଗୁରୁତ୍ୱକୁ ନେଇ ଉକ୍ତ ଅଞ୍ଚଳରେ ଏକ ପ୍ଳାଟୁନ ପୋଲିସଫୋର୍ସ ମୁତୟନ କରିଛି । ଆଜି ସକାଳୁ ଘଟଣାରେ ଆଘାତ ପ୍ରାପ୍ତ ନୀରଜ ହରପାଲଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ମୁକେଶ ହରପାଲକୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ତାନାନ୍ତର କରାଯାଇଛି । ଆଉ ଏକ ଭାଇ ଦେବ ହରପାଲ ଏବେ ମଧ୍ୟ ଗୁରତର ଅବସ୍ଥାରେ ବଲାଙ୍ଗିରର ଭୀମଭାଇରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାର ଅଭିଯୁକ୍ତ ମାନଙ୍କୁ ପୋଲିସ ଅଟକ ରଖି ତନାଘନା ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାକୁ ଚିନ୍ତା କଲେ ଏହା ଉଭୟ ଗୋଷ୍ଠୀର ଶତୃତା ଓ ସଂର୍ଘଷ ମନେ ହୁଏ । ଘଟଣାକୁ ନେଇ ମାଲଗୋଦାମପଡା କୁହୁଳୁଛି । ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରା ନଗଲେ ଏଠାରେ ଆଉ କେତୋଟି ମୁଣ୍ଡ ଗଡିବ ତା’ର ହିସାବ ନାହିିଁ । ତେବେ ଏହି ଘଟଣା ବଲାଙ୍ଗିର ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ୍‌ ସଦୃଶ ପାଲଟିଛି ।

Leave A Reply

Your email address will not be published.