ବଲାଙ୍ଗିର : ଏମିତି ବି ଆସେ ମୃତ୍ୟୁ । ପୁଅ ବାହାଘରରେ ବାପା ଯାଇଥିଲେ ବରାତି । ଆଉ ବର ବସିଥିବା ସେହି ଗାଡ଼ି ଧକ୍କାରେ ଚାଲିଗଲା ବାପା । ଏମିତି ଏକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମଣ୍ଡଲ ଗ୍ରାମରେ ଘଟିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆମ୍ବପାଲି ଗ୍ରାମର ଜିବୁଲୁ ବାଗ ନିଜ ପୁଅ ବାହାଘର ପାଇଁ ପାଟଣାଗଡ଼ ମଣ୍ଡଲ ଗ୍ରାମକୁ ଯାଇଥିଲେ । ପୁଅ ବର ବେଶରେ କାର୍ରେ ବସିଥିଲା । ସେହି କାର୍ ହିଁ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଥିବା ନେଇ ଜଣାପଡ଼ିଛି ।