ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବଲାଙ୍ଗିର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, କଟିଲା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଦୁର୍ଘଟଣା ଜନିତ ଅନେକ ଖବର ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୁଲିସ ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା ନିୟମ ଲାଗୁ କରିଛି । ବଲାଙ୍ଗିର ଟାଉନରେ ସ୍ଥାପିତ ସିସିଟିଭି ସିଷ୍ଟମ ବ୍ୟବହାର କରି ଗୋଟିଏ ଗାଡ଼ିରେ ତିନି ଜଣ ବସିଥିବା, ବେପାରୁଆ ଗାଡ଼ି ଚଲାଉଥିବା, ଗାଡି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଆଦି ୨୧ ଟି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଗତକାଲି ୩୭,୦୦୦ ଟଙ୍କାର ଜୋରିମାନା ଲାଗାଇଛି ବଲାଙ୍ଗିର ପୁଲିସ । ଅନ୍ୟପଟେ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତୁ ନାହିଁ- ଏହା ସାଂଘାତିକ ହୋଇପାରେ ବୋଲି ଖୋଦ୍‌ ବଲାଙ୍ଗିର ଏସ୍ପି ସଚେତନ କରିଛନ୍ତି ।

jittmm
Leave A Reply

Your email address will not be published.