ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ବଲାଙ୍ଗିର ମହାବିଦ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ବିଭିନ୍ନ ଜିଲ୍ଲାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଠାରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ‌। ସେହି ଅନୁକ୍ରମରେ ବଲାଙ୍ଗିର ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ବଲାଙ୍ଗିର ମହାବିଦ୍ୟାଳୟ ଠାରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ସାଧାରଣ ସମ୍ପାଦକ ରକି ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଅମିୟ ରଞ୍ଜନ ଦାସ, ବଲାଙ୍ଗିର ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁମନ କୁମାର ନନ୍ଦ, ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ କମିଟିର ସଭାପତି ଟିକେଶ୍ୱର ପୋଢ଼, ମନୀଷ ସା, ରୋଷନ ସାହୁ, ସୁମିତ ଭୋଇ, ରଞ୍ଜନ ଧାରୁଆ, ଦୀପକ ବେହେରା , ଆର୍ଯ୍ୟାନ୍ ରାଜ ପଟେଲ, ଶୋଭିତ, କଶ୍ୟପ ପିନୁ ଆଦି ବିଜୁ ଛାତ୍ର ଜନତା ଦଳ ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.