ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ : ସ୍ୱାଧୀନତା ଦିବସ ଉପଲକ୍ଷେ ଏସ୍‌ଆଇ ଶ୍ରୀକାନ୍ତ ସାହୁ ପାଇବେ ଉତ୍କର୍ଷ ସେବା ପଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ ସଦରଥାନା ଏସ୍‌ଆଇ ଶ୍ରୀକାନ୍ତ ସାହୁ । ସ୍ୱାଧୀନତା ଦିବସ ଉପଲକ୍ଷେ ସାରା ଦେଶରେ ୧୫୨ ପୋଲିସ ଅଧିକାରୀଙ୍କୁ ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ସେବା ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ରହିଛନ୍ତି । ଓଡ଼ିଶାର ସେହି ୪ ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ବଲାଙ୍ଗିର ସଦରଥାନା ଏସ୍‌ଆଇ ଶ୍ରୀକାନ୍ତ ସାହୁ । ଏସ୍‌ଆଇ ଶ୍ରୀ ସାହୁଙ୍କ ପୋଲିସ ବିଭାଗରେ ସଫଳ ଯୋଗଦାନ ଓ କର୍ତ୍ତବ୍ୟନିଷ୍ଠତା ଯୋଗୁଁ ତାଙ୍କୁ ଉତ୍କର୍ଷ ସେବା ପଦକ ପ୍ରଦାନ କରାଯିବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା ଯୋଗ୍ୟ ବିବେଚିତ କରାଯାଇଛି ।

Leave A Reply

Your email address will not be published.