
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ହେବାକୁ ଥିବା ୩୬ତମ କ୍ୟାଡେଟ, ଜୁନିୟର ଓ ୩୭ତମ ସବ୍ ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ଆସନ୍ତା ୯ ତାରିଖରୁ ୧୧ ମଇ ୨୦୨୫ ପର୍ଯ୍ୟନ୍ତ ହେବ । ଏହି ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲରୁ ୧୯ଜଣ କରାଟେ ଖେଳାଳି ବିଭିନ୍ନ ବର୍ଗରେ ଭାଗ ନେବେ । ରେଫେରି ଓ ଜଜ୍ ପାଇଁ ହୃଦୟ ଶବର ଓ ଚନ୍ଦ୍ରଶେଖର ସେଠ, ଟିମ୍ ମ୍ୟାନେଜର ରାଜେନ୍ଦ୍ର ବାଗ ଆଜି ଭୁବନେଶ୍ୱର ଗସ୍ତ କରିଛନ୍ତି । ଏହି ଚମ୍ପିୟାନସିପରେ ଉତ୍ତିନ୍ନ ହୋଇଥିବା ଖେଳାଳି ଆଗାମୀ ମାସରେ ହେବାକୁ ଥିବା ଡେରାଡୁନ୍ଠାରେ ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ତଥା ସ୍କୁଲର ସଂପାଦକ ସୂଚନା ଦେଇଛନ୍ତି ।